ETV Bharat / entertainment

ଟଲିଉଡ ଜଗତକୁ ଝଟକା, ହୃଦଘାତରେ ଅଭିନେତା ନନ୍ଦାମୁରୀ ତାରକ ରତ୍ନଙ୍କର ପରଲୋକ

39 ବର୍ଷ ବୟସରେ ଟଲିଉଡ ଅଭିନେତା ତଥା ଟିଡିପି ନେତା ନନ୍ଦାମୁରୀ ତାରକ ରତ୍ନଙ୍କର ଦେହାନ୍ତ । ଅଧିକ ପଢନ୍ତୁ

author img

By

Published : Feb 19, 2023, 9:27 AM IST

Tarakaratna passes away
Tarakaratna passes away

ହାଇଦ୍ରାବାଦ: ପୁଣି ଟଲିଉଡ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣାଶୁଣା ଟଲିଉଡ ଅଭିନେତା ତଥା TDP ନେତା ନନ୍ଦାମୁରୀ ତାରକ ରତ୍ନଙ୍କର ପରଲୋକ ହୋଇଛି । ଗତକାଲି(ଶନିବାର) ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିବା ନେଇ ସୂଚନା ରହିଛି ।

ସୂଚନାଅନୁସାରେ, ଯୁବାଗ୍ଲମ ପଦଯାତ୍ରାର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ ପ୍ରଥମେ କୁପ୍ପମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଉତ୍ତମ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ ବେଙ୍ଗାଲୁରୁ ନାରାୟଣ ହ୍ରଦୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ୨୩ ଦିନ ଧରି ସେ ଚିକିତ୍ସାଧୀନ ଥିଲେ ।

ତେବେ ନନ୍ଦାମୁରୀ ତାରକ ରତ୍ନଙ୍କର ଦେହାନ୍ତ ପରେ ତେଲୁଗୁ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ଜଣାଶୁଣା ଅଭିନେତାଙ୍କ ସହ ରାଜନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସମସ୍ତେ ସୋସିଆଲ ମିଡିଆରେ ପୋଷ୍ଟ କରି ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରକାଶଥାଉକି, ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର ଅଭିନେତା ଏନଟି ରାମାରାଓଙ୍କ ପରିବାରର ସଦସ୍ୟ ଥିଲେ ।

ନନ୍ଦାମୁରୀ ତାରକ ରତ୍ନ ପୂର୍ବ ଅଭିନେତା ଏନଟିଆରଙ୍କ ନାତି ଥିଲେ । ଏନଟିଆରଙ୍କ ପୁଅ ମୋହନକୃଷ୍ଣଙ୍କ ପୁଅ ଥିଲେ ତାରକ ରତ୍ନ । ସେ ୧୯୮୩ ମସିହା ଫେବୃଆରୀ ୨୩ ତାରିଖରେ ହାଇଦ୍ରାବଦରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ଅଭିନୟ ପ୍ରତି ପ୍ରଗାଢ ଇଚ୍ଛା ରହିଥିଲା । ସେ ଔକାଟୋ ନେମ୍ବର କୁର୍ରାଡୁ ଫିଲ୍ମରେ ଅଭିନୟ କରି ତେଲୁଗୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୨୦୦୨ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏହି ଫିଲ୍ମରେ ସଫଳ ଅଭିନେତା ଭାବେ ପରିଚିତ ହୋଇଥିବାରୁ ତାଙ୍କୁ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଫର ମିଳିଥିଲା । ସେ କେବଳ ହିରୋ ନୁହେଁ ବରଂ ଜଣେ ଭିଲିଆନ ଭାବେ ମଧ୍ୟ ଅଭିନୟ କରିଥିଲେ ।

ଅମରାବତୀ ପାଇଁ ପାଇଥିଲେ ଶେଷ୍ଠ ଭିଲିଆନ ଆଓ୍ବାର୍ଡ

ଯୁବରତ୍ନ, ଭଦ୍ରଦ୍ରୀ ରାମୁଡୁ, ଅମରାବତୀ ଏବଂ ନନ୍ଦୀଶ୍ୱରୁଡୁ ଭଳି ଚଳଚ୍ଚିତ୍ରରେ ଅଭିୟନ କରି ସେ ଦର୍ଶନଙ୍କ ପ୍ରଶଂସା ସାଉଁଟିବା ସହ ଲୋକପ୍ରିୟ ହୋଇଥିଲେ । ଅମରାବତୀ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଭିଲିଆନ ଆଓ୍ବାର୍ଡ ମିଳିଥିଲା । ଏହାସହ ସେ ଅନେକ ଓ୍ବେବସିରିଜରେ ମଧ୍ୟ ଅଭିନୟ କରିଛନ୍ତି । ସିନେଜଗତକୁ ଛାଡି ସେ TDP ନେତା ଭାବେ ବେଶ ଜଣାଶୁଣା ଥିଲେ । ତେଲୁଗୁ ଦେଶମ ପାର୍ଟିର ଅନେକ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.