ETV Bharat / city

ପୋଲିସ ହାଜତରୁ 3 ଅଭିଯୁକ୍ତ ଚମ୍ପଟ, ଜଳଖିଆ ଦେବାବେଳେ ଖସିଗଲେ

ପୋଲିସ ହଜାତରୁ ଚମ୍ପଟ ମାରିଲେ 3 ଅଭିଯୁକ୍ତ । ସମ୍ବଲପୁର ସହର ଧନୁପାଲି ଥାନାରେ ଏଭଳି କାଣ୍ଡ କରିବାରେ ସଫଳ ହୋଇଛନ୍ତି ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

author img

By

Published : Mar 28, 2022, 5:50 PM IST

ସମ୍ବଲପୁରରେ ପୋଲିସ ହାଜତରୁ 3 ଅଭିଯୁକ୍ତ ଚମ୍ପଟ, ଜଳଖିଆ ଦେବାବେଳେ ଖସିଗଲେ

ସମ୍ବଲପୁର: ପୋଲିସ ହଜାତରୁ ଚମ୍ପଟ ମାରିଲେ 3 ଅଭିଯୁକ୍ତ । ସମ୍ବଲପୁର ସହର ଧନୁପାଲି ଥାନାରେ ଏଭଳି କାଣ୍ଡ କରିବାରେ ସଫଳ ହୋଇଛନ୍ତି ଅଭିଯୁକ୍ତ । ସୋମବାର ସକାଳ 7ଟା 15ରୁ 7ଟା 30 ମଧ୍ୟରେ ସେମାନଙ୍କୁ ଜଳଖିଆ ଦେବା ସମୟରେ ଅଭିଯୁକ୍ତମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି।

ଧନୁପାଲି ଥାନାଞ୍ଚଳ ସରଲାକାନୀ ଅଞ୍ଚଳରେ ଏକ ଡିଜେଲ ଚୋରି ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। 3 ଅଭିଯୁକ୍ତ ଗତକାଲି ରାତିରୁ ଗିରଫ ହୋଇ ଧନୁପାଲି ଥାନା ହାଜତରେ ରହିଥିଲେ । ସେମାନଙ୍କ ପାଇଁ ଜଳଖିଆ ଅଣାଯିବା ସମୟରେ କୌଶଳ କ୍ରମେ 3 ଅଭିଯୁକ୍ତ ଫେରାର ହୋଇଛନ୍ତି । ସେହି ସମୟରେ ଥାନାରେ କମ୍‌ କର୍ମଚାରୀ ଉପସ୍ଥିତ ଥିବାରୁ ଅଭିଯୁକ୍ତମାନେ ଫେରାର ହୋଇଛନ୍ତି ।

ଏହି ଅଭିଯୁକ୍ତମାନେ କୁମ୍ଭାରପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ଫେରାର ହେବା ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଓ ଅଭିଯୁ୍କ୍ତଙ୍କ ପରିବାର ବର୍ଗ ଥାନାରେ ହୋହାଲ୍ଲା କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି । ଏହାକୁ ନେଇ ସଦର SDPO ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଏହାସହ ଯେଉଁ ପୋଲିସ କର୍ମଚାରୀ ବା ଅଧିକାରୀ ଏଥିରେ ଅବହେଳା କରିଥିବା ପ୍ରମାଣିତ ହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସଦର SDPO ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.