ETV Bharat / city

ଡାହାଣୀ ସନ୍ଦେହ: ଝିଅ ଘରକୁ ବୁଲି ଆସିଥିବାବେଳେ ମା'କୁ ହତ୍ୟା

author img

By

Published : Jan 16, 2020, 12:55 PM IST

ସମୟ ଯେତେ ଆଗକୁ ବଢିଲେ ବି ଲୋକଙ୍କ ମନରୁ ଦୂର ହୋଇନି ଗୁଣି ଗାରେଡି ଓ ଡାହାଣୀର ଅନ୍ଧବିଶ୍ବାସ । ଯାହାର ଏକ ନଜିର ଦେଖିବାକୁ ମିଳିଛି ସ୍ଥାନୀୟ ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ । ଅଧିକ ପଢନ୍ତୁ...

witchcraft murder in rourkela, rourkela latest crime news, ରାଉରକେଲା ଲାଟେଷ୍ଟ ଅପରାଧ ଖବର, ରାଉରକେଲାରେ ଡାହାଣୀ ସନ୍ଦେହରେ ହତ୍ୟା
ପ୍ରତୀକାତ୍ମକ ଫଟୋ

ରାଉରକେଲା: ସମୟ ଯେତେ ଆଗକୁ ବଢିଲେ ବି ଲୋକଙ୍କ ମନରୁ ଦୂର ହୋଇନି ଗୁଣି ଗାରେଡି ଓ ଡାହାଣୀର ଅନ୍ଧବିଶ୍ବାସ । ଯାହାର ଏକ ନଜିର ଦେଖିବାକୁ ମିଳିଛି ସ୍ଥାନୀୟ ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ । ଝିଅ ଘରକୁ ବୁଲି ଆସିଥିବା ସମୟରେ ଡାହାଣୀ ସନ୍ଦେହରେ ମା’କୁ ହତ୍ୟା କରିଛି ଦିଅର । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ଥିବାବେଳେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଡାହାଣୀ ସନ୍ଦେହରେ ନିର୍ମମ ହତ୍ୟା, ଅଭିଯୁକ୍ତ ଫେରାର

ସୂଚନା ଅନୁଯାୟୀ ଟିକାୟତ ପାଲି ଥାନାର ଚିକଟନାଲି ଗ୍ରାମର ବନ୍ଧନୀ ଓରାମ ବୁଧବାର ନିଜ ଘରକୁ ବୁଲିବାକୁ ଯାଇଥିଲେ । ସନ୍ଧ୍ୟାରେ ଖିଆପିଆ ସାରି ସମସ୍ତେ ନିଆ ପୁଇଁ ହେଉଥିବାବେଳେ ହଠାତ୍‌ ଝିଅର ଦିଅର ରତିକାନ୍ତ ଓରାମ ବନ୍ଧନୀଙ୍କୁ ଟାଙ୍ଗିଆର ଆକ୍ରମଣ କରିଥିଲା । ଆକ୍ରମଣରେ ବନ୍ଧନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଥିବା ଜଣେ ଦେଢ ବର୍ଷର ଶିଶୁ ଗୁରୁତର ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ସେପଟେ ଘଟଣା ପରେ ରତିକାନ୍ତ ଫେରାର ରହିଛି।

ଖବର ପାଇ ବଣାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେଣେ ପୂର୍ବରୁ ପରିବାର ଉପରେ ଗୁଣି ଗାରେଡି କରିବା ସହ ବନ୍ଧନୀ ଝିଅକୁ ତନ୍ତ୍ରମନ୍ତ୍ର ଶିଖାଉଥିବାରୁ ରତିକାନ୍ତ ତାଙ୍କୁ ହତ୍ୟା କରିବାର ଧମକ ଦେଉଥିବା ରତିକାନ୍ତଙ୍କ ବଡ ଭାଇ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro: ଡାହାଣୀ ସନ୍ଦେହରେ ହତ୍ୟା, ଆସାମି ଫେରାର୍,
ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରା ପୋଷ ଗ୍ରାମରେ ଡାହାଣୀ ସନ୍ଦେହରେ ଝିଅ ଘରେ ମା କୁ ହତ୍ୟା କଲା ଦିଅର, ହତ୍ୟା କରି ଦିଅର ଫେରାର, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

Body:ଏବେ ବି ଆଦିବାସୀ ଗାଁ ଗହଳିରେ ଗୁଣି ଗାରେଡ଼ି ସନ୍ଦେହ ରହିଛି, ଏହି ଡାହାଣୀ ସନ୍ଦେହରେ କେତେ ଯେ ନୀରିହ ଜୀବନ ଯାଉଚି ତା ନକହିବା ଭଲ। ଏହିପରି ଏକ ଘଟଣା ଗତ କାଲି ବିଳମ୍ବିତ ରାତ୍ରିରେ ଘଟିଛି ବଣାଇ ଥାନା ଅନ୍ତର୍ଗତ ଟିକିରା ପୋଷ ଗ୍ରାମରେ । ଟିକାୟତ ପାଲି ଥାନାର ଚିକଟ ନାଲି ଗ୍ରାମର ବନ୍ଧନୀ ଓରାମ୍ ଗତ କାଲି ତାଙ୍କ ଝିଅ ଘରକୁ ଆସିଥିଲା ତଥା ସନ୍ଧ୍ୟାରେ ସମସ୍ତେ ଖିଆପିଆ କରି ନିଆ ତପି ହେଉଥିଲେ ଏହି ସମୟରେ ଝିଅ ର ଦିଅର ରତିକାନ୍ତ ଓରାମ୍ ଏକ ଟାଙ୍ଗିଆ ରେ ଆଣି ତାଙ୍କୁ ନିର୍ମମା ଭାବେ ହତ୍ୟା କରିବା ଏବଂ ସେଠରେ ନିଆ ତପି ହେଉଥିବା ଦେଢ ବର୍ଷ ର ଶିଶୁ ଠରେ ଟାଙ୍ଗୀ ଆ ବାଜିବା ରୁ ସେ ମଧ୍ଯ ଗୁରୁତର ଭାବେ ଆହତ ହୋଇ ରାଉଅରକେଲା ରେ ଚିକିତ୍ସିତ, ପରେ ରତିକାନ୍ତ ଫେରାର ହୋଇ ଯାଇଛି,
Conclusion:
ଘଟଣା ସ୍ଥଳ ରେ ବଣାଇ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ଘଟଣା ସ୍ତଳ ରୁ ଟାଙ୍ଗୀଆ ଜପତ କରି ଶବ କୁ ଵ୍ୟଛେଦ ଲାଗୀ ପଠାଇ ଛି, ପୂର୍ବରୁ ତୁ ଆମ ପରିବାର କୁ ଗୁଣି ଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର କରୁଛୁ ଆମ ଭାଉଜକୁ ଗୁଣି ଶିଖା ଉଛି ବୋଲି ରତିକାନ୍ତ କହିଥିଲା ଏବଂ ତତେ ସେସ କରି ଦେବୀ ବୋଲି କହୁଥିଲା ବୋଲି ରତିକାନ୍ତ ର ବଡଭାଇ କହିଛନ୍ତି,
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.