ରାଉଲକେଲା: କୋରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ 25 ଲକ୍ଷ ଟଙ୍କା ଦେଲେ ଜୁଏଲ ଓରାମ । ଏନେଇ ସେ ସୁନ୍ଦରଗଡ଼ ଜିଲ୍ଲାପାଳକୁ ଚିଠି ଲେଖି ଅବଗତ କରାଇଛନ୍ତି ।
ମାରାତ୍ମକ କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଆବଶ୍ୟକ ହେଉଥିବା ମେଡିକାଲ ସାମଗ୍ରୀ କିଣବା ଉଦ୍ଦେଶ୍ୟରେ ଜୁଏଲ ଏହି ଟଙ୍କା ପ୍ରଦାନ କରିଛନ୍ତି ।
କେବଳ ଏତିତି ନୁହେଁ ଆଗକୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ଜଣାଇଛନ୍ତି । ପ୍ରକାଶ ଯେ, ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ଦରମାକୁ କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି । ସେହିପରି ବିଭିନ୍ନ ରାଜନେତା ଆର୍ଥିକ ସହଯୋଗ ପାଇଁ ଆଗେଇ ଆସିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ