ETV Bharat / city

ଭୋକ ଉପାସରେ 35 ଝାଡଖଣ୍ଡୀ ଶ୍ରମିକ, ଘରକୁ ପଠାଇବାକୁ କଲେ ନିବେଦନ - ଝାଡଖଣ୍ଡ ପଠାଇବାକୁ କଲେ ନିବେଦନ

ଲକଡାଉନ କାରଣରୁ ରାଜଗାଙ୍ଗପୁର ଅଞ୍ଚଳରେ ଝାରଖଣ୍ଡର ଗଡୱା ଜିଲ୍ଲାର 35 ଶ୍ରମିକ ଫସି ରହିଛନ୍ତି । ଟଙ୍କା ପଇସା ନ ଥିବାରୁ ଭୋକ ଉପାସରେ ପଡିରହିଛନ୍ତି । ତେଣୁ ଝାଡଖଣ୍ଡ ପଠାଇବାକୁ ସେମାନେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

jharkhand-labour-stranded-at-rajgangpur
ଭୋକ ଉପାସରେ 35 ଝାରଖଣ୍ଡ ଶ୍ରମିକ, ଝାଡଖଣ୍ଡ ପଠାଇବାକୁ କଲେ ନିବେଦନ
author img

By

Published : May 3, 2020, 5:41 PM IST

Updated : May 3, 2020, 6:05 PM IST

ରାଉରକେଲା: ଲକଡାଉନ କାରଣରୁ ରାଜଗାଙ୍ଗପୁର ଅଞ୍ଚଳରେ ଝାରଖଣ୍ଡର ଗଡୱା ଜିଲ୍ଲାର 35 ଶ୍ରମିକ ଫସି ରହିଛନ୍ତି । ଟଙ୍କା ପଇସା ନ ଥିବାରୁ ଭୋକ ଉପାସରେ ପଡିରହିଛନ୍ତି । ଝାରଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟରରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏପରି ପରିସ୍ଥିତିରେ ମଧ୍ୟ କାମ କରୁଥିବା ଠିକାଦାର ଧରାଛୁଆଁ ନଦେଇକୁଆଡେ ଚାଲିଯାଇଛି । ତେଣୁ ଝାଡଖଣ୍ଡ ପଠାଇବାକୁ ସେମାନେ ନିବେଦନ କରିଛନ୍ତି ।

ଭୋକ ଉପାସରେ 35 ଝାଡଖଣ୍ଡୀ ଶ୍ରମିକ, ଘରକୁ ପଠାଇବାକୁ କଲେ ନିବେଦନ

ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ସହାୟତା ପାଇଁ କରାଯାଇଥିବା ସରକାରୀ ପୋର୍ଟାଲ ମଧ୍ୟ ଏମାନଙ୍କୁ ସାହାଯ୍ୟ କରିପାରିନାହିଁ । ପାଖରେ ଯାହା ଟଙ୍କାପଇସା ଥିଲା ଲକଡାଉନ ବଢିବାରୁ ତାହା ଶେଷ ହୋଇଯାଇଛି । ତେଣୁ ଘରକୁ ଫେରିବା ହିଁ ସେମାନଙ୍କ ପାଇଁ ଜରୁରୀ ହୋଇପଡିଛି । କିନ୍ତୁ ସରକାରୀ ସହାୟତା ବିନା ଏମାନେ ଫେରିବାରେ ମଧ୍ୟ ସଫଳ ହେଉ ନାହାନ୍ତି । ରବିବାର ଜିଲ୍ଲାସ୍ତରରେ ସେମାନଙ୍କ ଫେରିବା ପାଇଁ ଉଦ୍ୟମ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 3, 2020, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.