ପୁରୀ: ମହାପ୍ରଭୂଙ୍କୁ ନାଁରେ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ଦାବି କଲେ ଅଭିନେତ୍ରୀ ରାଣୀ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣି ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ଅପଶବ୍ଦ ବ୍ୟବହାର କରିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେବେ ଏହି ଘଟଣାକୁ ନେଇ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ଏତଲା ଦେଇଛନ୍ତି ଯାତ୍ରା ଜଗତର ନାୟିକା ତଥା ଚର୍ଚ୍ଚିତ ରାଣୀ ପଣ୍ଡା ଦେଇଛନ୍ତି ଏତଲା ।
କର୍ଫ୍ୟୁ ଯୋଗୁଁ ସେ ମାର୍କେଟଛକ ନିକଟରେ ପୁଲିସକୁ ଏତଲା ଦେଇଛନ୍ତି। ଯେତେ ଦିନ ଯାଏଁ ସଂପୃକ୍ତ ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ସେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । ଆଜି (ଶୁକ୍ରବାର) ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଅନଶନ ଆରମ୍ଭ କରିବା ନେଇ ସୂଚନା ମିଳିଛି । ହାତରେ ଥାଳିଧରି ମହାପ୍ରଭୁଙ୍କ ଫଟୋ ସହ ପୁଷ୍ପ ଧୁପ ସହ ପାରମ୍ପରିକ ପୋଷାକରେ ଆସିଛନ୍ତି । ଅଠରନଳା ଠାରୁ ପାଦରେ ଚାଲିଚାଲି ପହଞ୍ଚିଛନ୍ତି ବଡଦାଣ୍ଡରେ ପହଁଞ୍ଚିଛନ୍ତି ରାଣୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ