ETV Bharat / city

ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ: ନିଜସ୍ବ ଉଦ୍ୟମରେ ସମୁଦ୍ରକୂଳରେ ଲଗାଇଛନ୍ତି 50 ହଜାରରୁ ଅଧିକ ତାଳ ଗଛ - Krishna Chandra Biswal

ସେନାରୁ ଅବସର ନେବା ପରେ ସାଜିଛନ୍ତି ପରିବେଶ ଯୋଦ୍ଧା। ପୁରୀ ଜିଲ୍ଲା ଅସ୍ତରଙ୍ଗର ନିଜ ଜନ୍ମ ମାଟିକୁ ରକ୍ଷା କରିବା ପାଇଁ ଉପକୂଳରେ ସୃଷ୍ଟି କରିଛନ୍ତି ତାଳ ବଣ । ନିଜସ୍ବ ଉଦ୍ୟମରେ 50 ହଜାର ଗଛ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଛନ୍ତି କୃଷ୍ଣଚନ୍ଦ୍ର ବିଶ୍ବାଳ । ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ: ନିଜସ୍ବ ଉଦ୍ୟମରେ ସମୁଦ୍ରକୂଳରେ ଲଗାଇଛନ୍ତି 50 ହଜାରରୁ ଅଧିକ ତାଳ ଗଛ

author img

By

Published : Jul 27, 2020, 2:23 PM IST

ପୁରୀ: ଯବାନରୁ ପରିବେଶ ଯୋଦ୍ଧା । ପ୍ରଥମେ ସୀମାକୁ ସୁରକ୍ଷା ଦେଉଥିଲେ, ଏବେ ପରିବେଶର ଯତ୍ନ ନେଉଛନ୍ତି । ସମୁଦ୍ରକୂଳରେ ତାଳବଣ ସୃଷ୍ଟି କରି ନିଜ ଜନ୍ମମାଟିକୁ ରକ୍ଷା କରିବା ପାଇଁ ଅଣ୍ଟାଭିଡିଛନ୍ତି ଅସ୍ତରଙ୍ଗ ଗୁଣ୍ଡଳବାରର ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ ।

ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ

ଦିନେ ମାତୃଭୂମିର ସୁରକ୍ଷା ପାଇଁ ସୀମାରେ ସଚ୍ଚା ପ୍ରହରୀ ସାଜିଥିଲେ । ଏପରିକି କାର୍ଗିଲ ଯୁଦ୍ଧରେ ମଧ୍ୟ ନିୟୋଜିତ ଥିଲେ । ହେଲେ ଅବସରନେବା ପରେ ପରିବେଶକୁ ବଞ୍ଚାଇବା ଲକ୍ଷ୍ୟ ନେଇ କାମ କରିଚାଲିଛନ୍ତି । ସମୁଦ୍ରକୂଳ ବେଳାଭୂମୀରେ ନିଜ ଉଦ୍ୟମରେ ପାଖାପାଖି 50 ହଜାର ତାଳ ଗଛ ଲଗାଇଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ତଥା ସମୁଦ୍ର ଜୁଆର ଦାଉରୁ ଗାଁକୁ ରକ୍ଷା କରିବା ଲକ୍ଷ୍ୟରେ ଏପରି ମହତ କାମ କରୁଛନ୍ତି କୃଷ୍ଣଚନ୍ଦ୍ର । ବାତ୍ୟା ସମୟରେ ଜୁଆର ଗାଁ ଭିତରକୁ ପଶିଆସୁଥିବାବେଳେ ତାଳ ଗଛ କିଛି ପରିମାଣରେ ରକ୍ଷା କରିବା ବୋଲି କୁହାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଟ୍ବିଟ୍‌ କରି ପ୍ରଶଂସା କରିଛନ୍ତି । ଏପରିକି ତାଙ୍କୁ ଇକୋ warior ମଧ୍ୟ କହିଛନ୍ତି ।

କାର୍ଗିଲ ଯୁଦ୍ଧ ଶେଷ ପରେ ସେ ଯେତେବେଳେ ଗାଁକୁ ଫେରିଥିଲେ ସେତେବେଳେ 1999 ମହାବାତ୍ୟା ସବୁକିଛି ଛାରଖାର କରିଦେଇଥିଲା । ଯାହାକୁ ଦୃଷ୍ଟିରେ ରଖି ସେ ଗାଁକୁ ସୁରକ୍ଷା ଦେବା ପାଇଁ ଗଛ ଲଗାଇବା ଆରମ୍ଭ କରିଥିଲେ । ତେବେ ସେନାରୁ ଅବସର ନେବା ପରେ 2005 ମସିହାରୁ କୃଷ୍ଣଚନ୍ଦ୍ର ସ୍ଥାନୀୟ ଯୁବକଙ୍କୁ ନେଇ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି ବୋଲି ଜଣାଯାଏ ।

ତେବେ ଦେଶ ସେବା ପରେ ନିଜ ଜନ୍ମ ମାଟିର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା କୃଷ୍ଣଚନ୍ଦ୍ରଙ୍କ ମହନୀୟ କାର୍ଯ୍ୟ ବେଶ ପ୍ରେରଣାଦାୟୀ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.