ETV Bharat / city

କଡ଼ା ସୁରକ୍ଷା ବଳୟରେ ପିପିଲି ଉପନିର୍ବାଚନ EVM ମେସିନ୍ - ଷ୍ଟ୍ରଙ୍ଗ ରୁମ୍‌ରେ ଇଭଏମ୍‌ ମେସିନ୍‌

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ମତଦାନ । ପୁରୀ ପେଣ୍ଠକଟା ସ୍ଥିତ ୱେର୍‌ ହାଉସରେ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ EVMକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଅଧିକ ପଢ଼ନ୍ତୁ...

କଡ଼ା ସୁରକ୍ଷା ବଳୟରେ ପିପିଲି ଉପନିର୍ବାଚନ EVM ମେସିନ୍

author img

By

Published : Oct 1, 2021, 10:14 PM IST

ପୁରୀ: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ମତଦାନ । କୋଭିଡ କଟକଣା ସତ୍ତ୍ବେ ଉପନିର୍ବାଚନରେ ୭୮.୨୪% ମତଦାନ ହୋଇଛି । EVMରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ପୁରୀ ପେଣ୍ଠକଟା ସ୍ଥିତ ୱେର୍‌ ହାଉସରେ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ EVMକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ।

କଡ଼ା ସୁରକ୍ଷା ବଳୟରେ ପିପିଲି ଉପନିର୍ବାଚନ EVM ମେସିନ୍

ଆସନ୍ତା ୩ ତାରିଖ ଭୋଟ ଗଣତି ଥିବାରୁ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରଶାସନିକ ଅଧିକାରୀ । ସମୁଦାୟ ୩୪୮ ବୁଥ୍‌ର EVM ମେସିନ୍ ଗୁଡ଼ିକ ପୋଲିଂ ପାର୍ଟିମାନେ ପୁରୀ ପେଣ୍ଠକଟା ସ୍ଥିତ ୱେର ହାଉସ ଷ୍ଟ୍ରଙ୍ଗ ରୁମକୁ ଆଣିଛନ୍ତି । ଭୋର ୪ଟା ପର୍ଯ୍ୟନ୍ତ ପୋଲିଂ ଅଧିକାରୀ ଓ ପ୍ରାର୍ଥିଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ EVMକୁ ଷ୍ଟ୍ରଙ୍ଗ୍‌ ରୁମରେ ରଖି ସିଲ୍ କରାଯାଇଥିଲା ।

୨୪ ଘଣ୍ଟିଆ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏବେ EVM ଗୁଡ଼ିକୁ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଏସଏଫ ଜବାନ୍, ଓଏସଏପି ଯବାନ ଓ ରାଜ୍ୟ ପୋଲିସର ସଶସ୍ତ୍ର ସୁରକ୍ଷାକର୍ମୀ ଓ ମାଜିଷ୍ଟ୍ରେଟ ମୁତୟନ ରହିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ରୁମ୍ ପରିସରକୁ ପ୍ରବେଶ ଉପରେ କଡା କଟକଣା ଲଗାଯାଇଛି ।

ଅକ୍ଟୋବର ୩ ତାରିଖ ସକାଳ ୮ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣତି ପାଇଁ ଏବେ ପ୍ରସ୍ତୁତି ଚାଲିଛି। ତେବେ ଭୋଟ ଗଣତି ଦିନ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଯିବ । ସେହିପରି ପିପିଲିରେ ମଧ୍ୟ ସେଦିନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ଏହାକୁ ନେଇ ପୁରୀ ଏସପି କନୱାର ବିଶାଳ ସିଂହ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.