ETV Bharat / city

ଦୟାନଦୀରେ ବନ୍ୟା, କଣାସ ଡେଲାଙ୍ଗରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

author img

By

Published : Aug 22, 2022, 3:11 PM IST

Updated : Aug 22, 2022, 4:28 PM IST

ପୁରୀ କଣାସ ଡେଲାଙ୍ଗରେ ବନ୍ୟା ଯୋଗୁଁ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ସରବରାହ । ଅନ୍ଧାରରେ ରହିଛନ୍ତି ପ୍ରାୟ ୩୦ ହଜାର ଉପଭୋକ୍ତା । ଅଧିକ ପଢନ୍ତୁ

ଦୟାନଦୀରେ ବନ୍ୟା, କଣାସ ଡେଲାଙ୍ଗରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ
ଦୟାନଦୀରେ ବନ୍ୟା, କଣାସ ଡେଲାଙ୍ଗରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

ପୁରୀ: ଦୟା ନଦୀରେ ବନ୍ୟା ପ୍ରଭାବ (Flood in Daya River) ରେ ଜିଲ୍ଲାର କଣାସ ଓ ଡେଲାଙ୍ଗ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ସରବରାହ (power outage) । ବନ୍ୟାଜଳ ସ୍ରୋତରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ବେଳେ ୨ ଦିନ ହେବ ଏହି ଅଞ୍ଚଳର ପ୍ରାୟ ୩୦ ହଜାର ଉପଭୋକ୍ତା ଅନ୍ଧାରରେ ରହିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଡେଲାଙ୍ଗରେ ଅଘଟଣ, ପଥର ଖଣିରେ ଥିବା ପାଣିରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବକ

ବିଦ୍ୟୁତ ସଂଯୋଗ ପାଇଁ ଟାଟା ପାୱାର ଉଦ୍ୟମ ଆରମ୍ଭ କରିଛି । ଟାଟା ପାୱାରର କର୍ମଚାରୀ ବିଦ୍ୟୁତ ସେବାକୁ ସଜାଡ଼ିବାକୁ ପ୍ରୟାସ କରିଛନ୍ତି । ମୋଟର ବୋଟ୍‌ ସାହାଯ୍ୟରେ ତାର ଟାଣି ବିଦ୍ୟୁତ ସଂଯୋଗକୁ ସ୍ବାଭାବିକ କରିବାକୁ ପ୍ରୟାସ କରିଥିଲେ । ହେଲେ ପ୍ରୟାସ ସଫଳ ହୋଇ ପାରିନାହିଁ । ଏବେ ବି ଡେଲାଙ୍ଗ, କଣାସ ଅଞ୍ଚଳ ଅନ୍ଧକାରରେ ରହିଛି ।

ଇଟିଭି ଭାରତ, ପୁରୀ

Last Updated : Aug 22, 2022, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.