ETV Bharat / city

ଆଜି ମାଣବସା ଗୁରୁବାର, ପିଠାପଣାରେ ମହକୁଛି ପୁରପଲ୍ଲୀ

author img

By

Published : Dec 5, 2019, 3:00 PM IST

ମାର୍ଗଶିର ମାସ ଗୁରୁବାର ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରାଯାଇଥାଏ । ଅଧିକ ପଢନ୍ତୁ...

ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ
ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ

ପୁରୀ: ପବିତ୍ର ମାର୍ଗଶିର ମାସ ଗୁରୁବାର ତଥା ମାଣବସା ଗୁରୁବାର ଓଷା । ଏହି ଦିନ ମା' ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରାଯାଇଥାଏ ।

ମାଣବସା ଗୁରୁବାର ଓଷା: ସବୁଠି ଆଧ୍ୟାତ୍ମିକ ପରିବେଶ

ବିଶ୍ବାସ ରହିଛି ଏହି ଦିନରେ ନିଷ୍ଠାର ସହ ମା'ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲେ ଘରେ ଧନଧାନ୍ୟର ଅଭାବ ରୁହେ ନାହିଁ । ଗୃହରେ ଶାନ୍ତି ବିରାଜମାନ କରେ । ଏଣୁ ପରମ୍ପରା ଅନୁଯାୟୀ ସକାଳୁ ସକାଳୁ ଘରର ମହିଳାମାନେ ଘର ଅଗଣାରେ ଝୋଟି ପକାଇ ଘର ମା'ଲକ୍ଷ୍ମୀଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୂଜାଅର୍ଚ୍ଚନା କରିଥାନ୍ତି । ଏହାସହ ବିଭିନ୍ନ ଭୋଗ ନୌବେଦ୍ୟ ସହ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି ।

ତେବେ ମାର୍ଗଶିର ଗୁରୁବାର ଓଡ଼ିଆ ଘରର ଏକ ପରମ୍ପରା । ଏଣୁ ଘର ବୋହୂମାନେ ବେଶ ନିଷ୍ଠାର ସହ ଏହି ଦିନକୁ ପାଳନ କରିଥାନ୍ତି । ମାଣ ବସା ଗୁରୁବାରକୁ ନେଇ ଓଡିଶାର ପୁର ପଲ୍ଲୀ ଚଳଚଞ୍ଚଳ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ମଧ୍ୟ ଏହି ଓଷା ବେଶ ନିଷ୍ଠାର ସହ ପାଳନ କରୁଛନ୍ତି ମହିଳା ମାନେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମାଣବସା ଗୁରୁବାର ଓଷାBody:Vo1,,ଆଜି ହେଉଛି ପବିତ୍ର ମାର୍ଗଶିର ମାସ ଗୁରୁବାର ତଥା ମାଣ ବସା ଗୁରୁବାର ଓଷା। ଆଜିର ଦିନରେ ମା ଲକ୍ଷ୍ମୀ ଙ୍କୁ ଘରେ ପୂଜାର୍ଚ୍ଚନା କରାଯାଏ। ବିଶ୍ୱାସ ରହିଛି ଆଜିର ଦିନରେ ନିଷ୍ଠାର ସହ ମା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କଲେ ଘରେ ଧନ ଧାନ୍ୟ ର ଅଭାବ ରୁହେ ନାହିଁ। ଗୃହ ରେ ଶାନ୍ତି ବିରାଜମାନ କରେ। ଏଣୁ ପରମ୍ପରା ଅନୁଯାୟୀ ସକାଳୁ ସକାଳୁ ଘର ର ବୋହୁ ମାନେ ଘର ଅଗଣା ରେ ରଂଗ ବେରଙ୍ଗ ର ଝୋଟି ପକାଇ ଘର ସଜାଇ ଥାନ୍ତି। ଏଥି ସହିତ ବିଭିନ୍ନ ଭୋଗ ରାଗ କରି ଲକ୍ଷ୍ମୀ ପୁରାଣ ପାଠ କରି ଥାନ୍ତି। ତେବେ ମାର୍ଗଶିର ଗୁରୁବାର ଓଡ଼ିଆ ର ଘର ର ଏକ ପରମ୍ପରା । ଏଣୁ ଘର ବୋହୁ ମାନେ ବେଶ ନିଷ୍ଠାର ସହ ଏହି ଦିନକୁ ପାଳନ କରିଥାନ୍ତି।

ବାଇଟ1,, ଶୁଭ ଲକ୍ଷ୍ମୀ ରାଉତ,, ପୁରୀ ବାସିନ୍ଦା

ବାଇଟ2,, ପଦ୍ମା ରାଉତ , ପୁରୀ ବାସିନ୍ଦା

Vo2,, ତେବେ ମାର୍ଗଶିର ଗୁରୁବାର ତଥା ମାଣ ବସା ଗୁରୁବାର ପୂଜା ପାଇଁ ପୁର୍ବ ଦିନ ପ୍ରସ୍ତୁତି କରାଯାଇ ଥାଏ। ଘର ଦ୍ୱାର ଧୁଆ ଯାଇ ପରିଷ୍କାର କରାଯାଇ ଗୁରୁବାର ଦିନ ସକାଳୁ ଅରୁଆ ଚାଉଳ ବଟା ରେ ଘର ଅଗଣା ରେ ଝୋଟି ଚିତା ପକାଇ ଥାନ୍ତି। ପୂର୍ବ ଦିନ ମାଣ ଧୁଆ ଯାଇ ଗୁରୁବାର ଦିନ ପଞ୍ଚା ମୃତ ରେ ଗୁଆ କଉଡ଼ି ଧୁଆ ଯାଇ ଧାନ ବେଣୀ କୁ ମାଣ ରେ ବସା ଯାଏ। ସକାଳୁ ପ୍ରଥମେ ବାଳ ଭୋଗ ରେ ମା ଲକ୍ଷ୍ମୀ ଙ୍କୁ ଖଇ କୋରା ସମେତ ଫଳ ମୂଳ , ଦ୍ଵି ପ୍ରହର ରେ ଶଙ୍ଖୁଡ଼ି ଭୋଗ ରେ ଖିରି , ଖେଚିଡି , ଦହି ପଖାଳ , ଶାଗ , ଆଦି ଭୋଗ ହୁଏ। ସେହିପରି ସନ୍ଧ୍ୟାରେ ମଣ୍ଡା, ଆରିସା ସମେତ ବିଭିନ୍ନ ପିଠା କରାଯାଇ ପୂଜା କରାଯାଇ ଥାଏ। ମାର୍ଗଶିର ଗୁରୁବାର ଦିନ ମା ଲକ୍ଷ୍ମୀ ତାଂକ ଭକ୍ତ ଙ୍କ ନିକଟ କୁ ବୁଲି ଯାଇ ଥାନ୍ତି ବୋଲୀ ପୁରାଣ ରେ ବର୍ଣ୍ଣନା ରହିଛି। ଏଣୁ ଏହି ଦିନ ଘରେ ଝୋଟି ଚିତା ପକାଇ ମା ଲକ୍ଷ୍ମୀଙ୍କ ପୂଜା କଲେ ଘରେ ଧନ ଧାନ୍ୟ ର ଅଭାବ ରହେ ନାହି ବୋଲୀ ପୁରାଣ ରେ ବର୍ଣ୍ଣନା ରହିଛି।

ବାଇଟ3,, ଶୁଭ ଲକ୍ଷ୍ମୀ ରାଉତ , ପୁରୀ ବାସିନ୍ଦା

ବାଇଟ4, ସୌମ୍ୟ ରଞ୍ଜନ ପଣ୍ଡା,, ଜଗନ୍ନାଥ ସଂସ୍କୃତି ପ୍ରଚାରକ

Fvo,, ମାଣ ବସା ଗୁରୁବାର ଓଷା କୁ ନେଇ ଓଡିଶା ର ପୁର ପଲ୍ଲୀ ଚଳଚଞ୍ଚଳ ଥିବା ବେଳେ ଶ୍ରୀକ୍ଷେତ୍ର ମଧ୍ୟ ଏହି ଓଷା ବେଶ ନିଷ୍ଠାର ସହ ପାଳନ କରୁଛନ୍ତି ମହିଳା ମାନେ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.