ETV Bharat / city

ମହାପ୍ରଭୁଙ୍କ ସୁନାବେଶ ଦେଖି, ଲାଖିଯାଏ ଭକତର ଆଖି

author img

By

Published : Jul 21, 2021, 7:04 AM IST

ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୧୨ ମାସରେ ଅନୁଷ୍ଠିତ ହୁଏ ୧୩ ପର୍ବ । ଆଉ ସବୁଠାରୁ ମନୋରମ ପର୍ବ ହେଉଛି ଶ୍ରୀଜୀଉଙ୍କ ରଥଯାତ୍ରା । ଏହି ଯାତ୍ରାରେ ସବୁକିଛି ସ୍ବତନ୍ତ୍ର, ସବୁ କିଛି ଆକର୍ଷଣୀୟ । ଆଉ ଭକ୍ତଙ୍କୁ ସବୁଠାରୁ ବେଶୀ ଯାହା ଆକର୍ଷିତ କରେ ତାହା ହେଉଛି ମହାପ୍ରଭୁଙ୍କର ଅତ୍ୟନ୍ତ ରମଣୀୟ ଓ ଦୁର୍ଲଭ ରାଜରାଜେଶ୍ବର ବେଶ ବା ସୁନା ବେଶ। ଅଧିକ ପଢ଼ନ୍ତୁ...

special ritual Suna besha, SUNA BESHA, Suna besha of sri jagannath, Sri balabhadra, devi subharda, rajarajeswara besha, ମହାପ୍ରଭୁଙ୍କ ସୁନାବେଶ, ରାଜାରାଜେଶ୍ବର ବେଶ, ଶ୍ରୀଜଗନ୍ନାଥଙ୍କ ଅଳଙ୍କାର, ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାକୁ ଗମନ, ଆଡପ ମଣ୍ଡପ ଲୀଳା, ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ
ମହାପ୍ରଭୁଙ୍କ ସୁନାବେଶ ଦେଖି, ଲାଖିଯାଏ ଭକତର ଆଖି

ପୁରୀ: ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କର ନୀତିକାନ୍ତି ଯେତିକି ସ୍ବତନ୍ତ୍ର ତାଙ୍କର ବେଶ ମଧ୍ୟ ସେତିକି ଚିତାକର୍ଷକ। ବର୍ଷତମାମ ମହାପ୍ରଭୁଙ୍କ ଅନେକ ବେଶ ନୀତି ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୋଇଥାଏ । ସେଥି ମଧ୍ୟରୁ ସୁନା ବେଶ ବା ରାଜାରାଜେଶ୍ବର ବେଶ ହେଉଛି ଅନ୍ୟତମ ।

ବାହୁଡ଼ା ଯାତ୍ରା ପରଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିର ସିଂହ ଦ୍ବାରରେ ଥିବା ରଥ ଉପରେ ମହାପ୍ରଭୁ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି। ଭରଣ ଭରଣ ସୁନାରେ ମହାପ୍ରଭୁଙ୍କ ବେଶ ଚିତାକର୍ଷକ ହୋଇ ଥିବାବେଳେ ଏହି ବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିଥାନ୍ତି। ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ଏହି ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥାନ୍ତି । ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇବାର ପରମ୍ପରା ରହିଛି । ତିନି ଠାକୁର ଧାରଣ କରନ୍ତି ଭିନ୍ନ ଭିନ୍ନ ଅଳଙ୍କାର । କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ବର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ ମାନେ ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି ।

ଶ୍ରୀଜଗନ୍ନାଥଙ୍କ ଅଳଙ୍କାର

କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ବର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଶ୍ରୀବଳଭଦ୍ରଙ୍କ ଅଳଙ୍କାର

କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ।

ଦେବୀ ସୁଭଦ୍ରାଙ୍କ ଅଳଙ୍କାର

କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ୨ଟି ତଗଡ଼ି ।

ମହାପ୍ରଭୁଙ୍କର ସାଧାରଣତ ପ୍ରତିବର୍ଷ ପାଞ୍ଚ ଥର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ପୂର୍ଣ୍ଣିମା ତଥା ପୁସ୍ୟାଭିଷେକ ଦିନ, ଦୋଳ ପୂର୍ଣ୍ଣିମା ଦିନ, ହରିଶୟନ ଏକାଦଶୀ ତଥା ବାହୁଡା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟା ଦଶମୀ ତଥା ଦଶହରା ଦିନ ମହାପ୍ରଭୁଙ୍କର ସୁନା ବେଶ ତଥା ରାଜ ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ। କିନ୍ତୁ କେଵଳ ଥରେ ମହାପ୍ରଭୁ ସମସ୍ତ ବର୍ଗର ଭକ୍ତଙ୍କ ପାଇଁ ଆଷାଢ ଶୁକ୍ଳ ଏକାଦଶୀ ଦିନ ସିଂହ ଦ୍ବାର ସମ୍ମୁଖରେ ରଥରେ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି।

ସୁନାବେଶ ଇତିହାସ

ଶ୍ରୀମନ୍ଦିର ଇତିହାସ ଅବଲୋକନ କଲେ ଜଣାଯାଏ ଯେ ପ୍ରଥମ କରି ରାଜା ଇନ୍ଦ୍ରଦ୍ୟୁମ୍ନ ରଥଯାତ୍ରାର ପ୍ରଥମ ଦିନରେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ସୁନାବେଶ କରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ ପରେ ୧୬ଟି ହାତୀ ପିଠିରେ ଅନେ ସୁନା ଅଳଙ୍କାର ଆଣି ମହାପ୍ରଭୁଙ୍କ ଚରଣ କମଳରେ ଅର୍ପଣ କଲେ । ସେତେବେଳେ ରାଜା କପିଳେନ୍ଦ୍ର ଦେବ ତଢ଼ଉକରଣଙ୍କ ପରାମର୍ଶ କ୍ରମେ ବାହୁଡା ଏକାଦଶୀରେ ମହାପ୍ରଭୁଙ୍କର ସୁନା ବେଶ କରାଇଥିଲେ। ଯେହେତୁ ମହାପ୍ରଭୁର ସମସ୍ତ ସୁନା ବେଶ ରତ୍ନ ସିଂହାସନରେ ହେଉଥିଲା ଅନେକ ବର୍ଗର ଭକ୍ତ ଏହି ଦିବ୍ୟ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ରହୁଥିଲେ ତେଣୁ ରାଜାଙ୍କ ଅନୁମତି କ୍ରମେ ବାହୁଡା ଏକାଦଶୀରେ ରଥ ଉପରେ ମହାପ୍ରଭୁଙ୍କର ଏହି ଦିବ୍ୟ ସୁନା ବେଶ ଅନୁଷ୍ଠିତ ହୋଇଆସୁଛି। ତେବେ ତଡ଼ଉକରଣଙ୍କ ଅନୁରୋଧରେ ଏହି ବେଶ ହେଉଥିବା ଯୋଗୁଁ ରଥ ଉପରେ ମହାପ୍ରଭୁଙ୍କର ସୁନା ବେଶକୁ ବଡ଼ ତଢାଉ ବେଶ ମଧ୍ୟ କୁହାଯାଏ।

ସାରା ବିଶ୍ବରେ ଏ ବେଶ ଭଳି ବେଶ ଆଉ କେଉଁଠି ନାହିଁ । ଏମିତି ଅଳଙ୍କାର ତାଙ୍କ ଛଡ଼ା ଆଉ କେହି ଧାରଣ କରନ୍ତି ନାହିଁ । ସେ ବେଶକୁ ଦେଖି ଆହ୍ଲାଦିତ ହୁଏ ଜଗତ । ରଥରେ ବିରାଜମାନ କୋଟି ଓଡ଼ିଆର ମଉଡମଣିକୁ ଦେଖି ଆଖି ଲାଖିଯାଏ ଭକ୍ତର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.