ETV Bharat / city

ପର୍ଯ୍ୟଟନ ଶିଳ୍ପ ଉପରେ କୋରୋନାର ପ୍ରଭାବ, ଖାଁ ଖାଁ ପୁରୀ ବେଳାଭୂମି

author img

By

Published : Mar 14, 2020, 11:31 PM IST

ପର୍ଯ୍ୟଟନ ସହର ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ। ପୁରୀର ହୋଟେଲ୍ ଶିଳ୍ପ ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ତେବେ କୋରୋନା ଆତଙ୍କ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଅଧିକ ଖବର ପଢନ୍ତୁ...

_corona impact
ପର୍ଯ୍ୟଟନ ଶିଳ୍ପ ଉପରେ କୋରୋନାର ବଡ଼ ପ୍ରଭାବ, ଖାଁ ଖାଁ ପୁରୀ ବେଳାଭୂମି

ପୁରୀ: କରୋନା ଭାଇରସର ପ୍ରଭାବ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ ଉପରେ ପଡିଛି। ପର୍ଯ୍ୟଟନ ସହର ପୁରୀରେ କାଁ ଭାଁ ହାତଗଣତି ବିଦେଶୀ ପର୍ଯ୍ୟଟକଙ୍କୁ ଛାଡିଦେଲେ ସବୁ ହୋଟେଲରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଶୂନ। କେବଳ ଆନ୍ତଃ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସୁଛନ୍ତି।

ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ ସହ ଜଡିତ ଅନୁଷ୍ଠାନ ଗୁଡିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ କୋରୋନା ଭାଇରସରେ ଆକ୍ରାନ୍ତ ପଜିଟିଭ୍ ଲୋକ ଚିହ୍ନଟ ହୋଇନଥିଲେ ମଧ୍ୟ ଦେଶବ୍ୟାପୀ କୋରୋନା ଭାଇରସ୍ ନେଇ ଗ୍ରହଣ କରାଯାଇଥିବା ସତର୍କତା ମୂଳକ ପଦକ୍ଷେପ ଯୋଗୁଁ ଆତଙ୍କ ଓ ଭୟର ବାତାବରଣ ରହିଛି। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପର୍ଯ୍ୟଟନ ସହର ପୁରୀରେ।

ପୁରୀର ହୋଟେଲ ଶିଳ୍ପ ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ତେବେ କୋରୋନା ଆତଙ୍କ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବାରୁ ହୋଟେଲ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଛି । ପ୍ରଳୟଙ୍କରୀ ଫୋନି ବାତ୍ୟାରେ ଧ୍ବସଂବିଧ୍ବସ୍ତ ହୋଟେଲ ଶିଳ୍ପ ପୁନଃ ମୁଣ୍ଡଟେକି ଛିଡା ହୋଇଥିବା ବେଳେ କୋରୋନା ଭଳି ଆଉ ଏକ ବିପଦ ଠିଆ ହୋଇଛି । ଗତ 20ଦିନ ପୂର୍ବରୁ ପୁରୀ ଆସିଥିବା କାଁ ଭାଁ ବିଦେଶୀ ପର୍ଯ୍ୟଟକଙ୍କୁ ବାଦ୍ ଦେଲେ ଭିସା ବନ୍ଦ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ପୁରୀ ଆସିବା ରାସ୍ତା ବନ୍ଦ ହୋଇଯାଇଛି । ରାଜ୍ୟ ସରକାର କୋରୋନାକୁ ଶତାବ୍ଦୀର ବଡ ବିପର୍ଯ୍ୟୟ ଘୋଷଣା କରି ବ୍ୟାପକ କଟକଣା ଜାରି କରିଛନ୍ତି ।

ବିଦେଶୀ ପର୍ଯ୍ୟଟକଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିଛି। ପୁରୀ ସହରର ବେଳାଭୂମି, ଶ୍ରୀମନ୍ଦିର, ବିଭିନ୍ନ ପର୍ଯ୍ୟଟନ ଓ ଧର୍ମସ୍ଥଳୀରେ ବିଗତ ଦିନ ଅପେକ୍ଷା ଏବେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସଂଖ୍ୟା କମିଥିବା ପରିଲିଖିତ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.