ETV Bharat / city

ଆଜି ଶ୍ରୀଜିଉଙ୍କ ଚିତାଲାଗି ଅମାବାସ୍ୟା

ଆଜି(ରବିବାର)ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା । ଏନେଇ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସହ ତିନିଠାକୁରଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ ହେବ । ଅଧିକ ପଢନ୍ତୁ...

author img

By

Published : Aug 8, 2021, 8:04 AM IST

Updated : Aug 8, 2021, 9:50 AM IST

ଆଜି ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା
ଆଜି ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା

ପୁରୀ: ଆଜି(ରବିବାର)ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା । ଏନେଇ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସହ ତିନି ଠାକୁରଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ ହେବ । ଶ୍ରୀବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ ।

ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବାପରେ ଦଇତାପତି ସେବକମାନେ ଶ୍ରୀବିଗ୍ରହଙ୍କଠାରୁ ରତ୍ନଚିତା ଓଲାଗି କରିଥିଲେ । ରଥରେ ମହାପ୍ରଭୁଙ୍କ ସୋଲଚିତା ଲାଗି କରିଥିଲେ । ପରମ୍ପରା ମୁତାବକ ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ଚିତାଲାଗି କରାଯିବ । ମହାପ୍ରଭୁଙ୍କୁ ଆଜି ବ୍ରହ୍ମଜ୍ୟୋତି ହୀରା ଚିତା ଲାଗି ହୋଇଥାଏ । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ଵାଡର ବାଡ଼ଗ୍ରାହୀ, ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରିଥାନ୍ତି ।

ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ସେଜରେ ବିଜେ କରିବେ । ପୂର୍ବରୁ ସୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ସ୍ଵର୍ଣ୍ଣ ଓଷ ଚିତାରେ ଲାଗି କରାଇବେ ଦଇତାପତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ବେତ ହୀରା ଖଚିତ ସୁବର୍ଣ୍ଣ ଚିତା, ବଡଠାକୁରଙ୍କୁ ବଳଭଦ୍ରଙ୍କୁ ରତ୍ନ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ । ଏହା ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପର୍ଣ୍ଣ ହେବ । ରତ୍ନ ମାଣିକ୍ୟ ସୁବର୍ଣ୍ଣରେ ଚମକିବେ ତିନିଠାକୁର । ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଚିତାଲାଗି ନୀତି ଏକ ଗୁପ୍ତ ନୀତି । ଏହି ନୀତି ସମୟରେ ଦର୍ଶନ ବନ୍ଦ ରହିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Aug 8, 2021, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.