ETV Bharat / city

ଛତିସା ନିଯୋଗରେ ନିଷ୍ପତ୍ତି, ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ

author img

By

Published : May 25, 2022, 4:41 PM IST

ସରିଲା ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ । ସ୍ନାନଯାତ୍ରା ପାଇଁ ବୈଠକରେ ନିଆଗଲା ନିଷ୍ପତ୍ତି । ଏଥର ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଅଧିକ ପଢନ୍ତୁ

ଛତିସା ନିଯୋଗରେ ନିଷ୍ପତ୍ତି, ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ
ଛତିସା ନିଯୋଗରେ ନିଷ୍ପତ୍ତି, ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ

ପୁରୀ: ସରିଲା ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକ । ମହାପ୍ରଭୁଙ୍କ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ । ଆସନ୍ତା ଜୁନ୍ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ତିନିଘଣ୍ଟା ଧରି ସର୍ବ ସାଧାରଣ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ । ମାତ୍ର ସର୍ବସାଧାରଣ ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସବକମିଟିର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ଅନୁମୋଦନ ଦେଇଛି ।

ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ 3 ଘଣ୍ଟା ଦର୍ଶନ କରିପାରିବେ ଭକ୍ତ

ତେବେ ଜଳଲାଗି ଓ ହାତୀବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ସେବାୟତ ନିଯୋଗକୁ ପରାମର୍ଶ ଦିଆଯାଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବକମିଟି ପରେ ଆଜି(ବୁଧବାର) ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ହୋଇଛି । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି ।

ଜୁନ୍ ୧୪ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ୯.୩୦ ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ । ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ । ଭକ୍ତମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ମହାପ୍ରଭୁଙ୍କ ଗଜାନନ ବେଶ ଦେଖିବାର ସୁଯୋଗ ପାଇବେ ।

ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବକମିଟି ବୈଠକରେ ପ୍ରଥମେ ଆଲୋଚନା କରାଯାଇଥିଲା । ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏଥିପାଇଁ ନୀତିକୁ ଶୃଙ୍ଖଳିତ କରିବା ଦିଗରେ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ସବୁ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ କହିଛନ୍ତି ।

ସ୍ନାନପୂର୍ଣ୍ଣମୀ ଦିନ ସନ୍ଧ୍ୟା ୬ ଟାରୁ ରାତି ୯.୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ରାତି ୧୦ ଟାରେ ବାହୁଡ଼ା ପହଣ୍ଡି ଓ ରାତି ୧.୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.