ETV Bharat / city

ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡ଼ା ମଠ

ଶ୍ରୀକ୍ଷେତ୍ରରେ ଉଚ୍ଛେଦ ପକ୍ରିୟା ଜାରି ରହିଥିବା ବେଳେ ଗଣେଷ ପୂଜା ପାଇଁ ଏହା ସ୍ଥଗିତ ରହିଛି । ଏମାର ମଠର ପକ୍ରିୟା ଶେଷ ହେବା ପରେ ଏବେ ପାଳି ପଡ଼ିଛି ବଡ଼ ଆଖଡା ମଠର । ଜିଲ୍ଲା ପ୍ରଶାସନ ନୋଟିସ ଧରେଇ ଚୁପ ବସିଛି । ଆସନ୍ତାକାଲି ଉଚ୍ଛେଦ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ମଠର ମହନ୍ତ କିମ୍ବା ତାଙ୍କ ଅନୁଗାମୀଙ୍କୁ ଥଇଥାନ କରାଯାଇନାହିଁ । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମହନ୍ତ ।

ଡ଼ିଜାଇନ୍ ଫଟୋ
author img

By

Published : Sep 2, 2019, 6:00 PM IST

ପୁରୀ: ଆସନ୍ତାକାଲି ଉଚ୍ଛେଦ ହେବ ବଡଦାଣ୍ଡରେ ଥିବା ବଡ଼ ଅଖଡା ମଠ । ଏଥିପାଇଁ ପ୍ରଶାସନ ନୋଟିସ ଜାରି କରିସାରିଛି । ପ୍ରଶାସନର ଅନୁମତି ଅନୁସାରେ ମଠରେ ଥିବା ଦୋକାନୀ, ନିଜ ଦୋକାନ ଛାଡି ସାରିଛନ୍ତି । ମଙ୍ଗଳବାର ସକାଳେ ଆରମ୍ଭ ହେବ ଉଚ୍ଛେଦ । ଅନ୍ୟପଟେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଡ଼ ଅଖଡା ମଠ ମହନ୍ତ ।

ମହନ୍ତଙ୍କ କହିବା କଥା କେବଳ ନୋଟିସ ଧରେଇ ପ୍ରଶାସନ ଚୁପ ବସିଛି । କିଭଳି ଓ କେଉଁଠି ମଠ ମହନ୍ତ ଓ ତାଙ୍କ ଅନୁଗାମୀ ରହିବେ ସେନେଇ କୌଣସି ବ୍ୟବସ୍ଥା ହୋଇନାହିଁ । ସେହିପରି ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଯେଭଳି ମଠ ଉଚ୍ଛେଦ ହେଉଛି, ତାହା ଦ୍ବାରା ମଠ ପରମ୍ପରା ଧ୍ବଂସ ହୋଇ ଯିବ ବୋଲି ଆଶଙ୍କା କରିଛନ୍ତି ମଠର ମହନ୍ତ ।

ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡ଼ା ମଠ

ପୁରୀ ବଡ଼ଦାଣ୍ଡରେ ଥିବା ବଡ଼ ଅଖଡା ମଠ 1402 ମସିହାରେ ପ୍ରତିଷ୍ଠା ହୋଇଥିଲା । ବୈଷ୍ଣବ ନାଗା ସାଧୁ ଏଠାରେ ରହି ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିଲେ । ତେବେ ଏହି ମଠର ଉଚ୍ଛେଦକୁ ନେଇ ଜିଲାପାଳଙ୍କ କହିବା କଥା ଯେ, ମଠରେ ଥିବା ମନ୍ଦିର ସମେତ କିଛି ବାସଗୃହ ରହିବ । ଏହା ଦ୍ବାରା ପୂର୍ଵ ଭଳି ମଠ ମନ୍ଦିରରେ ପୂଜାର୍ଚ୍ଚନା ସହ ଏହାର ମହନ୍ତ ରହିବେ ।

ପରବର୍ତ୍ତୀ ସମୟରେ ପ୍ରଶାସନ ମଠକୁ ଶ୍ରୀମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ଥଇଥାନ କରିବ । ଶୀକ୍ଷେତ୍ରକୁ ବିଶ୍ବଐତିହ୍ୟ ସହର କରିବା ନେଇ ସରକାର ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ମଠର ଉଚ୍ଛେଦକୁ ନେଇ ସାଧୁସନ୍ଥ, ମଠସଂସ୍କୃତି ବିଲୋପ ହୋଇ ଯିବା ଆଶଙ୍କା ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ହେବ ବଡ଼ ଅଖଡା ମଠBody:Vo1,, ଆସନ୍ତାକାଲି ଉଛେଦ ହେବ ବଡଦାଣ୍ଡ ରେ ଥିବା ବଡ଼ ଅଖଡା ମଠ। ଏଥିପାଇଁ ପ୍ରଶାସନ ନୋଟିସ ଜାରି କରି ସାରିଛି। ନୋଟିସ ଅନୁସାରେ ମଠ ରେ ଥିବା ଦୋକାନୀ ମାନେ ଦୋକାନ ଛାଡି ସାରିଛନ୍ତି। ମଂଗଳ ବାର ସକାଳେ ଉଛେଦ ଆରଂଭ ହେବ। ଅନ୍ୟପଟେ ଉଛେଦ ପ୍ରକ୍ରିୟା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଡ଼ ଅଖଡା ମଠ ମହନ୍ତ। ମଠ ମହନ୍ତ ଙ୍କ କହିବା କଥା କେବଳ ନୋଟିସ ଧରେଇ ପ୍ରଶାସନ ଚୁପ ବସିଛି। କୀଭଳି କେଉଠି ମଠ ମହନ୍ତ ଓ ତାଙ୍କ ଅନୁଗାମୀ ରହିବେ ସେ ନେଇ କୌଣସି ବ୍ୟବସ୍ଥା ହୋଇ ନାହିଁ। ସେହିପରି ଶ୍ରୀମନ୍ଦିର ର ସୁରକ୍ଷା ପ୍ରସଙ୍ଗ କୁ ନେଇ ଯେଭଳି ମଠ ଉଛେଦ ହେଉଛି ଏହା ଦ୍ୱାରା ମଠ ପରମ୍ପରା ଧ୍ବଂସ ହୋଇ ଯିବ ବୋଲୀ ଅସଙ୍କା କରିଛନ୍ତି ମଠ ମହନ୍ତ।

ବାଇଟ1,, ହରି ନାରାୟଣ ଦାସ , ବଡ଼ ଅଖଡା ମହନ୍ତ

Vo2,, ପୁରୀ ବଡ଼ ଦାଣ୍ଡ ରେ ଥିବା ବଡ଼ ଅଖଡା ମଠ 1402 ମସିହାରେ ପ୍ରତିଷ୍ଠା ହୋଇ ଥିଲା । ବୈଷ୍ଣବ ନାଗା ସାଧୁ ମାନେ ଏଠାରେ ରହି ଶ୍ରୀମନ୍ଦିର କୁ ସୁରକ୍ଷା ଦେଉଥିଲେ। ତେବେ ବଡ଼ ଅଖଡା ମଠ ଉଛେଦ ନେଇ ଜିଲାପାଳ ଙ୍କ କହିବା କଥା ମଠ ରେ ଥିବା ମନ୍ଦିର ସମେତ କିଛି ବାସ ଗୃହ ରହିବ। ଏହା ଦ୍ୱାରା ପୂର୍ଵ ଭଳି ମଠ ମନ୍ଦିର ରେ ପୂଜାର୍ଚ୍ଚନା ସହ ମଠର ମହନ୍ତ ରହିବେ। ପରବର୍ତ୍ତୀ ସମୟରେ ସରକାର ମଠ କୁ ଶ୍ରୀମନ୍ଦିର ନିକଟରେ ଥିବା ସରକାରୀ ଜାଗାରେ ଥଇଥାନ କରିବେ।

ବାଇଟ2,, ବଲବନ୍ତ ସିଂ , ପୁରୀ ଜିଲାପାଳ

Fvo,, ପୁରୀ କୁ ବିଶ୍ୱ ଐତିହ ସହର କରିବା ନେଇ ସରକାର ଏହି ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ମଠ ଗୁଡିକ ର ଉଛେଦ କୁ ନେଇ ସାଧୁ ସନ୍ଥ ମାନେ ମଠ ସଂସ୍କୃତି ବିଲୋପ ହୋଇ ଯିବାର ଅସଙ୍କା ପ୍ରକାଶ କରିଛନ୍ତି।

ପୁରୀ ରୁ ଶକ୍ତି ପ୍ରାସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.