ETV Bharat / city

ଭୋର 5ଟାରେ ଏସସିବି ମେଡିକାଲକୁ 5T ସଚିବଙ୍କ ସରପ୍ରାଇଜ ଭିଜିଟ୍ - କଟକରେ 5ଟି ସଚିବ

ଭୋର୍ ପ୍ରାୟ 5ଟା ସମୟରେ କଟକ SCB ମେଡିକାଲକୁ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ। ପାଣ୍ଡିୟାନଙ୍କ ସହିତ କ୍ରିଷ୍ଣନ କୁମାର, ସଚିବ ପ୍ରମୋଦ ମେହେର୍ଦ୍ଦା ମଧ୍ୟ ମେଡିକାଲ ବୁଲି ଦେଖିଛନ୍ତି ।

ଭୋର 5ଟାରେ SCBକୁ ପାଣ୍ଡିୟାନଙ୍କ ସରପ୍ରାଇଜ ଭିଜିଟ୍
author img

By

Published : Nov 6, 2019, 7:04 AM IST

Updated : Nov 6, 2019, 8:43 AM IST

କଟକ: ରାତିଅଧିଆ ‘5ଟି ସଚିବ’ଙ୍କ ମେଡିକାଲ ପରିଦର୍ଶନ । ଅଚାନକ କଟକ ଏସସିବି ମେଡିକାଲ ଗସ୍ତ କରିଛନ୍ତି ‘5T ସଚିବ’ ଭି.କାର୍ତ୍ତିକେୟନ ପାଣ୍ଡିୟାନ । ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ଉପରେ କରାଯାଇଛି ଆଲୋଚନା । ଅଧ୍ୟକ୍ଷ, ଅଧିକ୍ଷକଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି ପାଣ୍ଡିୟାନ । ଏହି ଗସ୍ତ ସମୟରେ ସାଥିରେ ଥିଲେ ଆଇଏସ କିଶନ କୁମାର, ସ୍ବାସ୍ତ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଓ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଭୋର 5ଟାରେ SCBକୁ ପାଣ୍ଡିୟାନଙ୍କ ସରପ୍ରାଇଜ ଭିଜିଟ୍
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ପାଣ୍ଡିୟାନଙ୍କ ଗସ୍ତକୁ ନଇ ଡାକ୍ତର ଦଳ ପୁରା ସଚେତନ ଥିଲେ । ପ୍ରଥମେ କାଜ୍ୟୁଆଲଟି ବୁଲିବା ପରେ ବିଭିନ୍ନ ବିଭାଗ ବୁଲିଦେଖିଥିଲେ ସେ । ପରେ ଅଧିକ୍ଷକଙ୍କ କକ୍ଷରେ ବୈଠକ ହେବା ପରେ ଏସସିବି ଛାଡିଥିଲେ 5ଟି ସଚିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ, ସଚିବଙ୍କ ଗସ୍ତ ପରେ ଏସସିବିର ବିକାଶ ଦିଗରେ ସହାୟକ ହେବ ବୋଲି କହିଛନ୍ତି ରୋଗୀଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟ । ବର୍ତ୍ତମାନ ମେଡିକାଲର ଯେଉଁ ସ୍ଥିତି ଅଛି ତାହା ମଧ୍ୟ ଅନୁକୂଳ ନୁହେଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ତେବେ ପାଣ୍ଡିୟାନଙ୍କ ଗସ୍ତ ଉପରେ ସ୍ଥିତି ସୁଧୁରିବ ବୋଲି ସେମାନେ ଆଶା କରୁଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

sdfbv

Conclusion:
Last Updated : Nov 6, 2019, 8:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.