ETV Bharat / city

ସୁପ୍ରିମକୋର୍ଟରେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ଆବେଦନକାରୀଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ

author img

By

Published : Oct 23, 2019, 5:04 PM IST

Updated : Oct 23, 2019, 8:18 PM IST

ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ କମିଟିର ବୈଠକ ଶେଷ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସୁପ୍ରିମକୋର୍ଟଙ୍କ ଆଦେଶକୁ ନେଇ ଆଜି ହାଇକୋର୍ଟ ବାର ଆସୋସିଏସନ ପରିସରରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିବା ଆଇନଜୀବୀ ଶିବଶଙ୍କର ମିଶ୍ରଙ୍କୁ ହାଇକୋର୍ଟ ବାରରୁ ନିଲମ୍ବିତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । କାହିଁକି ତାଙ୍କୁ ହାଇକୋର୍ଟ ବାରରୁ ନିଲମ୍ବନ କରାଯିବ ନାହିଁ, ସେନେଇ ୭ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ନୋଟିସ ଦିଆଯାଇଛି । ଏହି ବୈଠକରେ ଆକ୍ସନ କମିଟି ସଦସ୍ୟ ଓ ହାଇକୋର୍ଟ ବାର ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ସରକାରୀ ଓକିଲ ପ୍ୟାନେଲରୁ ତାଙ୍କୁ ବହିଷ୍କାର କରିବାକୁ ସରକାରଙ୍କୁ ହାଇକୋର୍ଟ ବାର ଆସୋସିଏସନ ଅନୁରୋଧ କରିଛି । ସୁପ୍ରିମକୋର୍ଟରେ ଭୁଲ ତଥ୍ୟ ଦେବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଜିର ବୈଠକରେ ସ୍ଥିର କରାଯାଇଛି । ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣୀରେ ହାଇକୋର୍ଟ ବାର ପକ୍ଷଭୁକ୍ତ ହେବ ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

Test 3  

Conclusion:
Last Updated : Oct 23, 2019, 8:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.