ETV Bharat / city

ଜିଏସଟି ଫାଙ୍କି ଓଡିଶାର 4 ବ୍ୟବସାୟୀ ଖାଇଦେଲେ ୧୩୮ କୋଟି - ବହୁ କୋଟି ଟଙ୍କାର ଜିଏସଟି ଠକେଇ

ବହୁ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Oct 25, 2019, 7:55 PM IST

କଟକ: ୧୩୮ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଓଡିଶା ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କରର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଏହି ଠକେଇର ପର୍ଦ୍ଦାଫାଶ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀମାନେ ହେଲେ ଯାଜପୁର ବିରଜା ଷ୍ଟିଲର ଅଂଶୀଦାର ରାମଚନ୍ଦ୍ର ମଲ୍ଲିକ, ରାଉଲକେଲାର ଦୀନଦୟାଲ ଅଗ୍ରୱାଲ, ଆଦିତ୍ୟକୁମାର ନାୟକ ଓ ଅତୁଲ ବନସଲ । ଜାଲ ବିଲ ଜରିଆରେ ୬୦୩ କୋଟି ଟଙ୍କାର ଜିନିଷ କିଣିଥିବା ଏବଂ ୭୪୩ କୋଟି ଟଙ୍କାର ଜିନିଷ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କୁ ୧୩୮ କୋଟି ଟଙ୍କା ଫାଙ୍କିଛନ୍ତି । କିନ୍ତୁ ବାସ୍ତବରେ ସେମାନଙ୍କ ଦ୍ବାରା କୌଣସି ଜିନିଷ କିଣା ବିକା ହୋଇ ନଥିବା ତଦନ୍ତରୁ ଜଣା ପଡ଼ିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ରାଉରକେଲାର ଅତୁଲ ବଂଶଲ ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣାପଡିଛି । ସେ କିଛି ଗୃହିଣୀ, ଟାକ୍ସି ଚାଳକ, ଦିନ ମଜୁରିଆ, ପାଣିପାଇପ ମିସ୍ତ୍ରୀ, ପାନ ଦୋକାନୀ, ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ପ୍ୟାନକାର୍ଡ, ଆଧାରକାର୍ଡ ଏବଂ ଫଟୋ ଆଦି ସଂଗ୍ରହ କରି ସେମାନଙ୍କ ନାମରେ ପ୍ରାୟ ୨୦ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ ସୃଷ୍ଟି କରି ଜିଏସଟି ପଞ୍ଜିକରଣ କରିଥିଲେ । ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ କୌଣସି ଜିନିଷ କିଣାବିକା ନ କରି ଜାଲ ବିଲ ଜରିଆରେ କୋଟି କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ ଓଡିଶା ଓ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ହସ୍ତାନ୍ତର କରିଥିଲେ।

ଯାହା ଦ୍ବାରା ସରକାରଙ୍କ ବିପୁଳ ରାଜସ୍ବ କ୍ଷତି ହୋଇଛି । କେବଳ ସେତିକି ନୁହେଁ, ଉକ୍ତ କଳା କାରବାରକୁ ଆଇନ ସମ୍ମତ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଦେଣନେଣ ଦର୍ଶାଯାଇଛି । ତେବେ ଏହି ଠକେଇରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଥିବା ବିଭାଗୀୟ କମିଶନର ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୧୩୮ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ରେ ୪ ଜଣଙ୍କୁ ଗିରଫ କରିଛି ଓଡିଶା ବାଣିଜ୍ୟକର ଏବଂ ଦ୍ରଵ ଓ ସେବା କର କମିଶନରେଟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ।ଉକ୍ତ ଅସାଧୁ ବ୍ୟବସାୟୀମାନେ ଜାଲ ବିଲ ଜରିଆରେ ୬୦୩ କୋଟି ଟଙ୍କାର ଜିନିଷ କିଣିଥିବା ଏବଂ ୭୪୩ କୋଟି ଟଙ୍କାର ଜିନିଷ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କୁ ୧୩୮ କୋଟି ଟଙ୍କା ଫାଙ୍କିଛନ୍ତି।ପ୍ରକୃତ ପକ୍ଷେ ସେମାନେ କୌଣସି ଜିନିଷ କିଣା ବିକା କରିନଥିବା ତଦନ୍ତରୁ ଜଣା ପଡ଼ିଛି।
ଗିରଫ ହୋଇଥିବା ବ୍ୟବସାୟୀ ମାନେ ହେଉଛନ୍ତି ଯାଜପୁର ବିରଜା ଷ୍ଟିଲ ଅଂଶୀଦାରୀ ରାମ ଚନ୍ଦ୍ର ମଲ୍ଲିକ, ରାଉଲକେଲା ର ଦୀନଦୟାଲ ଅଗ୍ରୱାଲ, ରାଉଲକେଲା ର ଆଦିତ୍ୟକୁମାର ନାୟକ, ଓ ଅତୁଳ ବନସଲ।
ଅତୁଲ ବନସଲ ହେଉଛନ୍ତି ସମସ୍ତ ଠକେଇ ର ମୁଖ୍ୟ।ସେ କିଛି ଗୃହିଣୀ, ଟାକ୍ସି ଚାଳକ,ଦିନ ମଜୁରିଆ, ପାଣି ମିସ୍ତ୍ରି, ପାନ ଦୋକାନୀ ,ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ପ୍ୟାନକାର୍ଡ ,ଆଧାରକାର୍ଡ,ଏବଂ ଫଟୋ ଆଦି ସଂଗ୍ରହ କରି ସେମାନଙ୍କ ନାମରେ ପ୍ରାୟ ୨୦ ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ ସୃଷ୍ଟି କରି ଜିଏସଟି ପଞ୍ଜିକରଣ କରିଥିଲେ।ଉକ୍ତ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ କୌଣସି ଜିନିଷ କିଣା ବିକା ନକରି ଜାଲ ବିଲ ଜରିଆରେ କୋଟି କୋଟି ଟଙ୍କାର ଇନପୁଟ ଟାକ୍ସ କ୍ରେଡିଟ ଓଡିଶା ଓ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ହସ୍ତାନ୍ତର କରିଥିଲେ।
ଏହା ଦ୍ବାରା ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ହୋଇଛି।କେବଳ ସେତିକି ନୁହେଁ, ଉକ୍ତ କଳାକାରବାର କୁ ଆଇନ ସମ୍ମତ କରିବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଦେଣ ନେଣ ଦର୍ଶାଯାଇଛି।ତେବେ ଏହି ଠକେଇ ରେ ଅନ୍ୟକେଉଁ ମାନଙ୍କର ସମ୍ପୃକ୍ତ ରହିଛି ସେନେଇ ତଦନ୍ତ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ସୂଚନା ଦେଇଛନ୍ତି।

ବାଇଟ - ସୁନୀଲ କୁମାର ଲେହାନି, କମିଶନର

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.