କଟକ: ବଢିବାକୁ ଲାଗିଛି ଅନୁଭବ ବର୍ଷା ଘରୋଇ ବିବାଦ ମାମଲା । ଆଜି କଟକ ଏସଡ଼ିଜେଏମ କୋର୍ଟରେ ଉଭୟ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ହୋଇଛି । ବର୍ଷା ଘର ଛାଡ଼ନ୍ତୁ ସଠିକ୍ ଭରଣପୋଷଣ ଦେବାକୁ ପିଟିସନ୍ କରିଥିଲେ ଅନୁଭବ । ଅନୁଭବଙ୍କ ଏହି ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ । ଏନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଅଭିନୟରୁ ପ୍ରେମ ଓ ପରେ ବିବାହ କରି ସାରା ଜୀବନ ସାଥୀ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଏ ଯୋଡି ଏବେ ଭାଙ୍ଗିବାକୁ ଯାଉଛି । ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ଏହି ଷ୍ଟାର ଦମ୍ପତି । ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ମାମଲା ଚାଲି ଥିବାବେଳେ ଅନୁଭବଙ୍କ ଏକ ଆବେଦନ ଉପରେ ଆଜି(ମଙ୍ଗଳବାର) ଶୁଣାଣି କରିଛନ୍ତି କଟକ SDJM କୋର୍ଟ । ବର୍ଷାଙ୍କୁ ଘର ଛାଡିବା ସହ ସଠିକ୍ ଭରଣପୋଷଣ ଦେବାକୁ ପିଟିସନରେ ଉଲ୍ଲେଖ କରିଥିଲେ ଅନୁଭବ । ଯାହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ ।
ଶୁଣାଣି ପରେ କଣ ପକ୍ଷ ରଖିଲେ ସେ ବାବଦରେ ମୁହଁ ଖୋଲି ନହାନ୍ତି ଅନୁଭବ । ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ଆସିନଥିବା ଦେଖିବାକୁ ମିଳିିଛି । ପ୍ରକାଶ ଥାଉ କି, କିଛିଦିନ ହେବ ଅନୁଭବ ତାଙ୍କ ବୈବାହିକ ସମ୍ପର୍କକୁ ନେଇ 3ଟି ଭିଡିଓ ଜାରି କରିଥିଲେ । ଏହାପରେ ବର୍ଷା ତାଙ୍କ ନାମରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ପୁଣି ଅନୁଭବ ଆଉ ଏକ ଭିଡିଓ ଜାରି କରିଛନ୍ତି । ବର୍ଷାଙ୍କୁ ଚ୍ୟାଲେଞ୍ଜ କରି ତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ ଅନୁଭବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ