କଟକ: କୁତାଖାଇ ସାହିରେ ଘରେ ପଶି ମହିଳାଙ୍କୁ ହତ୍ୟା ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି । କମିଶନରେଟ ପୋଲିସ ସଠିକ୍ ଭାବେ ତଦନ୍ତ କରୁନଥିବାରୁ ଅପରାଧୀଙ୍କୁ ଧରିବରେ ବିଫଳ ହୋଇଛି । ଏଥିଯୋଗୁଁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏଭଳି ଅଭିଯୋଗ ନେଇ କଟକ ତେଲୁଗୁ ସଂପ୍ରଦାୟ ପକ୍ଷରୁ କଟକ ଡିସିପିଙ୍କୁ ଭେଟିଥିଲେ । ଅପରଧୀକୁୁ ତୁରନ୍ତ ଗିରଫ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ ।
ଅଭିଯୋଗ ପରେ କୁତାଖାଇ ସାହିରେ ପୋଲିସ ମୃତୟନ କରାଯାଇଛି । ତେଣୁ ସ୍ଥାନୀୟ ବାସିନ୍ଦା ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଡିସିପି । ସେପଟେ ଏସିପିଙ୍କ ନେତୃତ୍ବରେ ତଦନ୍ତ କରୁଥିବା ସ୍ବତନ୍ତ୍ର ପୋଲିସ ଟିମ ଅଭିଯୁକ୍ତ ସମ୍ପର୍କରେ ଅନେକ ତଥ୍ୟ ହାସଲ କରିଛନ୍ତି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଟକ