ETV Bharat / city

ବାଲି ଚୋରା ଚାଲାଣ ବନ୍ଦ ଦାବି କଲା ବିଜେପି

author img

By

Published : May 10, 2022, 8:45 PM IST

ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି । ଏ ସମ୍ପର୍କରେ ସରକାର ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ଅଧିକ ପଢ଼ନ୍ତୁ

ବାଲି ଚୋରା ଚାଲାଣ ବନ୍ଦ ଦାବି କଲା ବିଜେପି
ବାଲି ଚୋରା ଚାଲାଣ ବନ୍ଦ ଦାବି କଲା ବିଜେପି

କଟକ : ଅଭିଯୋଗ ପରେ ଶୁଣୁନି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଦିଗ ଶୂନ । ଆଜି ଏପରି ଅଭିଯୋଗ ଆଣିଛି କଟକ ନଗର ବିଜେପି । ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା ।

ବାଲି ଚୋରା ଚାଲାଣ ବନ୍ଦ ଦାବି କଲା ବିଜେପି

ଏପରିକି ବାଲି ଚୋରି ସମୟ ମୋବାଇଲ ଭିଡିଓ ଜିଲ୍ଲାପାଳଙ୍କୁ ଦେଲାପରେ ମଧ୍ୟ ସ୍ଥିତି ଯାହା ସେଇଆ । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲାପାଳ କାହିଁକି ଚୁପ୍ ବସିଛନ୍ତି ତାହାକୁ ନେଇ ପ୍ରଶ୍ନ କରିଛି ବିଜେପି । କେବଳ କଟକ ନୁହେଁ ବରଂ ସାରା ରାଜ୍ୟରେ ଏହି ସ୍ଥିତି ଦୃଷ୍ଟିଗୋଚର ହୋଇଛି ।

ଯାହାଦ୍ୱାରା ନଦୀର ଜଳଧାରଣା କ୍ଷମତା ଓ ନଦୀ ବନ୍ଧ ଦିନକୁ ଦିନ ଦୁର୍ବଳ ହେଉଛି । ତେଣୁ ଏପରି ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ଜଣାଇଛି ବିଜେପି । ଯଦି ଆଗାମୀ ଦିନରେ ସରକାର ଚୁପ ବସନ୍ତି ତେବେ ବିଜେପି ଯେଉଁ କାର୍ଯ୍ୟପନ୍ଥା ଆପଣେଇବ, ସେଥିପାଇଁ ଦାୟୀ ରହିବେ ସରକାର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.