ଭୁବନେଶ୍ବର: ମହଙ୍ଗା ପଡିପାରେ ଭାରତ ବନ୍ଦରେ ବିନା ହେଲମେଟରେ ବାଇକ ଚଲାଇ ଶୋଭାଯାତ୍ରା । ଫାଇନ ବାବଦକୁ ଏପରି କରିଥିବା ବିକ୍ଷୋଭକାରୀଙ୍କୁ ଘରକୁ ଯିବ ଟ୍ରାଫିକ ଚାଲାଣ । ଏନେଇ ସିସିଟିଭିରେ ବିକ୍ଷୋଭକାରୀଙ୍କ ବାଇକ ନମ୍ବର ଚିହ୍ନଟ ନେଇ ଫାଇନ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ଇ-ଚାଲାଣ ପଠାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ।
ଅନ୍ୟପକ୍ଷରେ ଟ୍ବିନିସିଟିର ବନ୍ଦବେଳେ କୌଣସି ଅଘଟଣ ଘଟିନାହିଁ । ଦ୍ୱୈତନଗରୀ କଟକରେ ମଧ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କୌଣସି ଗଣ୍ଡଗୋଳ ଦେଖିବାକୁ ମିଳିନାହିଁ । ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିଛି । ବିକ୍ଷୋଭକାରୀଙ୍କୁ ରାସ୍ତାକୁ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପ୍ରାୟ ୧୦୦ ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ