ETV Bharat / city

4 ଯାଏଁ ରାଜ୍ୟରେ ବର୍ଷା, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରିକରାଯାଇଛି ।

author img

By

Published : Jan 2, 2020, 7:59 PM IST

bhubaneswar
ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ରାଜ୍ୟର ୭ଟି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୟେଲୋ ୱାର୍ନିଙ୍ଗ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଲା-ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ସୋନପୁର, ଦେଓଗଡ଼ ଓ କେନ୍ଦୁଝର । ସେହିପରି ଆସନ୍ତା ୨, ୩ ତାରିଖରେ ବରଗଡ, ଢେଙ୍କାନାଳ, ଭଦ୍ରକ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଅନ୍ୟପକ୍ଷରେ ୩ ଓ ୪ ତାରିଖରେ କନ୍ଧମାଳ, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ଗଜପତି, ଭଦ୍ରକ, ବାଲେଶ୍ବର, ଅନୁଗୁଳ, କଟକ ,ଖୋର୍ଦ୍ଧା ଏବଂ ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ୬ ତାରିଖରୁ ରାଜ୍ୟରେ ଶୀତ ବଢିବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ଧରି ରାତ୍ରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି ଭଦ୍ରକରେ ସର୍ବାଧିକ ୪.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ପୁରୀ, ଗୋପାଳପୁର, ପାରାଦ୍ବୀପ ଏବଂ କୋରାପୁଟରେ ବର୍ଷା ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବା ନେଇ ରାଜ୍ୟରେ ୟେଲୋ ୱାର୍ନିଙ୍ଗ ଜାରି।

Body:ପଶ୍ଚିମ ଗଡବଡୀ ଏବଂ ପୁବେଇ ତରଙ୍ଗାୟିତ ବାୟୁର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡଘଡି ,ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି।ଏନେଇ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରିକରାଯାଇଛି।କୁଆପଥର ବିଜୁଳି ଘଡଘଡି ବର୍ଷା ନେଇ ୭ଟି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ସୋନପୁର, ଦେଓଗଡ଼ ଏବଂ କେଓଁଝର ଜିଲ୍ଲାରେ କୁଆପଥର, ବିଜୁଳି ଘଡଘଡି ବର୍ଷା ହେବ।ଆସନ୍ତା ୨,୩ ତାରିଖରେ ବିଜୁଳି ଘଡଘଡି ବର୍ଷା ନେଇ ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ବିଜୁଳି ,ଘଡଘଡି ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି।୩,୪ ତାରିଖରେ ସକାଳୁ ବିଜୁଳି ଘଡଘଡି ବର୍ଷା କନ୍ଧମାଳ, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ଗଜପତି, ଭଦ୍ରକ,ବାଲେଶ୍ୱର, ଅନୁଗୁଳ, କଟକ ,ଖୋର୍ଦ୍ଧା ଏବଂ ମୟୁରଭଞ୍ଜରେ ଜିଲ୍ଲାରେ ହେବାର ସମ୍ଭାବନା ରହିଛି।୪ତାରିଖ ପରେ କିଛି ଅଳ୍ପ ସ୍ଥାନରେ ସାମାନ୍ୟ ବର୍ଷା ହେବ।

ତେବେ ୪ ତାରିଖ ପରେ ବର୍ଷା ଛାଡିଲା ପରେ ୬ ତାରିଖରୁ ପୁଣି ଫେରିବ ଶୀତ।ଅସହ୍ୟ ଜାଡ଼ରେ ଥରିବ ସାରା ଓଡିଶା।ଆସନ୍ତା ୩ ଦିନ ଧରି ରାତ୍ରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।ଗତକାଲି ଭଦ୍ରକରେ ସର୍ବାଧିକ ୪.୮ ମିମି ବର୍ଷା ରେକର୍ଡ କରାଯାଇଛି।ଗତ ୨୪ ଘଣ୍ଟା ଭିତରେ ପୁରୀ,ଗୋପାଳପୁର, ପାରାଦ୍ୱୀପ ଏବଂ କୋରାପୁଟ ରେ ବର୍ଷା ହୋଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.