ETV Bharat / city

୨୪ରୁ ଦୁଇ ଦିନ ଭିଜିବ ଓଡ଼ିଶା, ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି - ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ପିଛା ଛାଡୁନି ପଶ୍ଚିମା ଝଡ, ପୁଣି ଭିଜିବ ଓଡ଼ିଶା । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

ପିଛା ଛାଡୁନି ପଶ୍ଚିମା ଝଡ, ପୁଣି ଭିଜିବ ଓଡ଼ିଶା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

author img

By

Published : Feb 22, 2022, 8:43 PM IST

ଭୁବନେଶ୍ବର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୫ ତାରିଖରେ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉତ୍ତର, ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

୨୪ରୁ ଦୁଇ ଦିନ ଭିଜିବ ଓଡ଼ିଶା, ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି

କିଛି ଜିଲ୍ଲାରେ ୬୦ରୁ ୮୦ ମିଲି ମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୨୪ ତାରିଖରେ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜରେ ଘଡଘଡି ବିଜୁଳି ସହ ବର୍ଷା ହେବ । ୨୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । କାଳବୈଶାଖୀ ଜନିତ ବର୍ଷା ପାଇଁ ୯ଟି ଜିଲ୍ଲା ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ସେପଟେ ଶୀତ ବର୍ଷାର ଲୁଚକାଳି ଭିତରେ ମାଡିଆସୁଛି ଖରା । ରାଜ୍ୟରେ ଲଗାତାର ଦୁଇଦିନ ହେବ ତାତି ବଢିବାରେ ଲାଗିଥିବାବେଳେ ୨୭ ତାରିଖ ପରେ ଆହୁରି ବୃଦ୍ଧି ପାଇବ । ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇସାରିଥିବା ବେଳେ ୨୭ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

ସେହିପରି ଗତକାଲି (ସୋମବାର) ସୋନପୁର ସବୁଠୁ ତତଲା ସହର ପାଲଟିଥିଲା । ସୋନପୁରରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲାବେଳେ ଟିଟିଲାଗଡରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ରାଜଧାନୀ ଭୁବନେଶ୍ବରେ ୩୧.୬ଡ଼ିଗ୍ରୀ ଏବଂ କଟକରେ ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.