ETV Bharat / city

‘ଆନ୍ଧ୍ରର ନାଲି ଆଖିକୁ କଡା ଜବାବ ଦିଅନ୍ତୁ ସରକାର’

author img

By

Published : Sep 12, 2021, 5:52 PM IST

ଗଜପତିରେ ଆନ୍ଧ୍ରର ନାଲି ଆଖିକୁ ନେଇ ବର୍ଷିଲେ ଦାମ ରାଉତ। ଗଜପତି ଜିଲ୍ଲାରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନାଲି ଆଖିକୁ କଡା ସମାଲୋଚନା କଲେ ବରିଷ୍ଠ ରାଜନୀତିଜ୍ଞ ଡ ଦାମୋଦର ରାଉତ। ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଲେ ଦାମ ରାଉତ। ଅଧିକ ପଢନ୍ତୁ...

veteran leader Dama rout reaction on interstate border dispute issue
ଆନ୍ଧ୍ରର ନାଲି ଆଖିକୁ କଡା ଜବାବ ଦିଅନ୍ତୁ ସରକାର

ଭୁବନେଶ୍ବର : ସୀମା ବିବାଦକୁ ନେଇ ବର୍ଷିଲେ ଦାମ । ଗଜପତିରେ ଆନ୍ଧ୍ରର ନାଲି ଆଖିକୁ ନେଇ ବର୍ଷିଲେ ଦାମ ରାଉତ। ଗଜପତି ଜିଲ୍ଲା ରାୟଗଡ ବ୍ଲକର ମାଣିକପଟଣା ଗାଁରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନାଲି ଆଖିକୁ କଡା ସମାଲୋଚନା କଲେ ବରିଷ୍ଠ ରାଜନୀତିଜ୍ଞ ଡ ଦାମୋଦର ରାଉତ।

ଦୀର୍ଘବର୍ଷ ହେବ ଓଡିଶା ସହ ଆନ୍ଧ୍ରର ସୀମା ବିବାଦ ଲାଗି ରହିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ରାଜସ୍ବ ଆଇନ ଜ୍ଞାନ ଥିବା ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ ସୀମା ଦାୟିଦ୍ବ ଦିଆଯାଉ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସୀମା ସୁରକ୍ଷା ଦାୟିତ୍ବରେ ଓଡ଼ିଆ ଅଧିକାରୀମାନଙ୍କୁ ନିୟୋଜିତ କରନ୍ତୁ ରାଜ୍ୟ ସରକାର। ଓଡିଶାକୁ ଆନ୍ଧ୍ରପ୍ରଦେଶ ସବୁବେଳେ ନିଜ ସମ୍ଫ୍ରସାରଣ ନୀତି ଯୋଗୁଁ ପ୍ରଭାବିତ କରିଛି । ଓଡିଶା ଗଠନ ହେବା ଦିନଠୁ ଆନ୍ଧ୍ର ନିଜର ଲୋଲୁପ ଦୃଷ୍ଟି ଦେଖାଇ ଆସିଛି । ଆଜି ମଧ୍ୟ ଓଡିଶାର ଅଞ୍ଚଳକୁ କବଜା କରି ନେଇଛି ଆନ୍ଧ୍ର । ପାରଳାଖେମୁଣ୍ଡି ମହାରାଜା କଷ୍ଣଚନ୍ଦ୍ର ଗଜପତିଙ୍କ ଯୋଗଁ ଆଜି ଓଡିଶାର କିଛି ଅଞ୍ଚଳ ବଞ୍ଚି ରହିଛି । ଯାହାକୁ ବର୍ତ୍ତମାନ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି ବୋଲି ଦାମ ରାଉତ କହିଛନ୍ତି ।

ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ଦାମ ରାଉତ। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ସରକାର ଏଥିପ୍ରତି କର୍ଣ୍ଣପାତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଲେ ଓଡିଶାର ଅଞ୍ଚଳ ବଞ୍ଚି ରହିବ ବୋଲି ଦାମ କହିଛନ୍ତି । ଗଜପତି, କୋଟିଆ ସୀମା ବିବାଦକୁ ସରକାର ଗୁରୁତର ସହ ନେବା ଦରକାର। ସରକାର କାହିଁକି ଚୁପ ବସିଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି। ଆଉ ଏହାକୁ ସହ୍ୟ କରାଯିବା ଉଚିତ ନୁହେଁ।

ସୂଚନାଥାଉକି ଆନ୍ଧ୍ରପ୍ରଦେଶର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପଲାରାଜୁ ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମରେ ଜୋରଜବରଦସ୍ତ ପ୍ରବେଶ କରି ଓଡିଶାର ଅଙ୍ଗନବାଡିକୁ ମାଟିରେ ମିଶାଇ ଦେବୁ ବୋଲି ଧମକ ଦେଇଥିଲେ । ଏହା ସହ ନିଜ ରାଜ୍ୟ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ସହ ପଶି ଓଡିଶା ଆଧିକାରୀଙ୍କୁ ନାଲିଆଖି ଦେଖାଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.