ETV Bharat / city

ହାଣ୍ଡିଶାଳରେ ନିଆଁ, ପରିବା ଦର ନେଇ ଖାଉଟି ଛାନିଆ

ଆକାଶ ଛୁଆଁ ପରିବାର ଦର । ପ୍ରତିଟି ପରିବାର ଦର ୬୦ ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 4, 2019, 8:09 PM IST

ଭୁବନେଶ୍ବର: ଆକାଶ ଛୁଆଁ ପରିବା ଦର। ପ୍ରତିଟି ପରିବାର ଦର ୬୦ ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାର୍ତ୍ତିକ ମାସରେ ପରିବା ଦର ଦୁଇଗୁଣା ବଢିଯାଇଛି । ଯାହା ରାଜଧାନୀବାସୀଙ୍କ ଧର୍ମ ମାସର ଆରମ୍ଭରୁ ଚିନ୍ତା ବଢ଼ାଇ ଦେଇଛି।

କାର୍ତ୍ତିକ ମାସରେ ରାଜଧାନୀରେ ପରିବା ବଜାରରେ ଚଢା ଦର ନିଆଁ । ସହରର ବିଭିନ୍ନ ପରିବା ମାର୍କେଟରେ ପରିବା ଦର ବଢ଼ିବାରେ ଲାଗିଛି। ଯାହା ଏବେ ଖାଉଟିଙ୍କ ପାଇଁ ଚିନ୍ତା ଜନକ । ଅଧିକାଂଶ ପରିବା କିଲୋ ପିଛା ୬୦ ଟପିଲାଣି । ଏନେଇ ରାଜଧାନୀର ଏକ ନମ୍ବର ପରିବା ହାଟ ଓ ୪ ନମ୍ବର ପରିବା ହାଟରେ ଗ୍ରାହକ କମିବାରେ ଲାଗୁଛନ୍ତି । ଯେଉଁଥି ପାଇଁ ଚିନ୍ତାରେ ବ୍ୟବସାୟୀ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବଜାରରେ ଟମାଟୋ, ଝୁଡଙ୍ଗ, କାଙ୍କଡ଼ ଆଦି ୬୦ ରୁ ଅଧିକ ଦର ରହିଥିବା ବେଳେ ବିନ୍ସ ରହିଛି 80 ଟଙ୍କା । ସେହିଭଳି ପୋଟଳ ୮୦ ଟଙ୍କା ଓ ପିଆଜ ରହିଛି ୬୦ ଟଙ୍କା । ପରିବା ଦର ବୃଦ୍ଧିକୁ ନେଇ ଖାଉଟି ବାଧ୍ୟ ହୋଇ ପୂର୍ବରୁ ଯେତିକି ପରିବା ନେଉଥିଲେ ତାହା ଢେର ମାତ୍ରାରେ କମିଯାଇଛି। ପରିବା ବ୍ୟାଗ ଫୁଲ ହେବା ପାଇଁ ୫୦୦ ଟଙ୍କାରୁ ଅଧିକ ହେଉଛି।

କାର୍ତ୍ତିକ ମାସରେ ସାଧାରଣତଃ ପରିବା ଦର ଅଧିକ ରହିଥାଏ। ତେବେ କିଛି ମାସ ହେବ ବାତ୍ୟା, ବନ୍ୟା ପାଇଁ ପରିବାର ଦର ଅଧିକ ରହିଛି। ରାଜ୍ୟ ବାହାରେ ପ୍ରବଳ ବର୍ଷା ଯୋଗୁଁ ପନିପରିବାର କ୍ଷୟକ୍ଷତି ଘଟିଛି। ଯାହା ଫଳରେ ଚଢା ଦରରେ ବ୍ୟବସାୟୀ ବିକ୍ରି କରୁଛନ୍ତି । ଏମିତି ଆକାଶ ଛୁଆଁ ଦର ଆଗକୁ ଲାଗିରହିବ ବୋଲି ବ୍ୟବସାୟୀ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ଆକାଶ ଛୁଆଁ ପରିବାର ଦର, ଚିନ୍ତାରେ ଖାଉଟି।

ଆକାଶ ଛୁଆଁ ପରିବାର ଦର। ପ୍ରତିଟି ପରିବାର ଦର ୬୦ ଟପିଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି। କାର୍ତ୍ତିକ ମାସରେ ପରିବାର ଦୂର ଦୁଇ ଗୁଣ ବଢିଯାଇଛି। ଯାହା ରାଜଧାନୀ ବାସୀଙ୍କ ଧର୍ମ ମାସର ଆରମ୍ଭରୁ ଚିନ୍ତା ବଢ଼ାଇ ଦେଇଛି ପରିବା ଦର।

Body:
କାର୍ତ୍ତିକ ମାସରେ ରାଜାଧନୀରେ ପରିବାର ଦର ଆକାଶ ଛୁଆଁ। ସହରର ବିଭିନ୍ନ ପରିବା ମାର୍କେଟ ରେ ପରିବାର ଦର ବଢ଼ିବାରେ ଲାଗିଛି। ଯାହା ଏବେ ଖାଉଟି ଙ୍କ ପାଇଁ ଚିନ୍ତା ଜନକ। ଅଧିକାଂଶ ପରିବା କିଲୋ ପିଛା ୬୦ ଟପିଲାଣି। ଏନେଇ ରାଜଧାନୀର ୧ ନଂ ପରିବା ହାଟ ଓ ୪ ନଂ ପରିବା ହାଟ ରେ ଗ୍ରାହକ କମିବାରେ ଲାଗୁଛନ୍ତି। ଯେଉଇଁଥି ପାଇଁ ଚିନ୍ତାରେ ବ୍ୟବସାୟୀ।

ବଜାରରେ ଟମାଟୋ, ଝୁଡଙ୍ଗ, କାଙ୍କଡ଼ ଆଦି ୬୦ ରୁ ଅଧିକ ଦର ରହିଥିବା ବେଳେ ବିନ୍ସ ରହିଛି 80 ଟଙ୍କା, ପୋଟଳ ୮୦ ଟଙ୍କା ଓ ପିଆଜ ରହିଛି ୬୦ ଟଙ୍କା।ପରିବା ଦର ବୃଦ୍ଧିକୁ ନେଇ ଖାଉଟି ମାନେ ବାଧ୍ୟ ହୋଇ ପୂର୍ବରୁ ଯେତିକି ପରିବା ନେଉଥିଲେ ତାହା ଢେର ମାତ୍ରାରେ କମିଯାଇଛି। ପରିବା ବ୍ୟାଗ ଫୁଲ ହେବା ପାଇଁ ୫୦୦ ଟଙ୍କା ରୁ ଅଧିକ ହେଉଛି।

କାର୍ତ୍ତିକ ମାସରେ ସାଧାରଣତଃ ପରିବାର ଦର ଅଧିକ ରହିଥାଏ। ତେବେ କିଛି ମାସ ହେବ ବାତ୍ୟା ବନ୍ୟା ପାଇଁ ପରିବାର ଦର ଉଚା ରହିଛି। ରାଜ୍ୟ ବାହାରେ ପ୍ରବଳ ବର୍ଷା ଯୋଗୁଁ ପନିପରିବା କ୍ଷୟ କ୍ଷତି ଘଟିଛି। ଯାହା ଫଳରେ ଚଢା ଦରରେ ବ୍ୟବସାୟୀ ବିକ୍ରି କରୁଛନ୍ତି। ଏମିତି ଆକାଶ ଛୁଆଇଁ ଦର ଆଗକୁ ଲାଗିରହିବା ବୋଲି ବ୍ୟବସାୟୀ କହିଛନ୍ତି।

Byte- ପ୍ରଦୀପ ସାମନ୍ତରାୟ, ବ୍ୟବସାୟୀ
Byte- ବନମାଳୀ ବେହେରା, ବ୍ୟବସାୟୀ
Byte-ଅକ୍ଷୟ ମହାନ୍ତି, ଖାଉଟି
Byte-ବିରଞ୍ଚିମୋହନ ଦଲାବେହେରା, ଖାଉଟି
Byte-ବୁଲୁ ପ୍ରଧାନ, ଖାଉଟି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.