ETV Bharat / city

ଆସନ୍ତା ୨ ଜୁନରୁ ରାଜ୍ୟରେ ବନ୍ଦ ହେବ କି ଟୀକାକରଣ ? ଦର୍ଶାଉଛି Co-WIN ଆପ - କୋରୋନା ଟୀକାକରଣ ମୁଖ୍ୟ ଖବର

ଜୁନ ୨ ରୁ ରାଜ୍ୟରେ ବନ୍ଦ ହେବ କି ଟୀକାକରଣ ? Co-WIN ଆପରୁ ଏ ନେଇ ସନ୍ଦେହ ସୃଷ୍ଟି ହେଇଛି । ଅଧିକ ପଢନ୍ତୁ...

cowin app
ଆସନ୍ତା ୨ ଜୁନରୁ ରାଜ୍ୟରେ ବନ୍ଦ ହେବ କି ଟୀକାକରଣ ? ଦର୍ଶାଉଛି Co-WIN ଆପ
author img

By

Published : May 30, 2021, 10:06 PM IST

ଭୁବନେଶ୍ବର: ଆସନ୍ତା ୨ ଜୁନରୁ ରାଜ୍ୟରେ ବନ୍ଦ ହେବ କି ଟୀକାକରଣ ? Co-WIN ଆପରୁ ଏ ନେଇ ସନ୍ଦେହ ସୃଷ୍ଟି ହେଇଛି । ରାଜ୍ୟର ସମୁଦାୟ ୩୦ ଜିଲ୍ଲାରୁ ୫ ଟି ଜିଲ୍ଲା କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ନୟାଗଡ଼ ଓ ରାୟଗଡା ଜିଲ୍ଲାରେ ଟୀକାକରଣ ସ୍ଥାନ ନାହିଁ ବୋଲି ଦର୍ଶାଉଛି Co-WIN ଆପ । ସେହିପରି ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, ସୁନ୍ଦରଗଡ଼ରେ କେବଳ ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ଅଛି ବୋଲି ଉକ୍ତ ଆପ ଦର୍ଶାଉଛି । ଆଉ ବାକି ଜିଲ୍ଲାରେ ୧୮ ରୁ ଉର୍ଦ୍ଧ୍ବ ବର୍ଷର ଲୋକଙ୍କ ପାଇଁ ଟୀକାକରଣ ନାହିଁ ବୋଲି ଦର୍ଶାଉଛି ।

ସେହିପରି ରାଜ୍ୟର ୩୦ ଜିଲ୍ଲାରୁ ୨୫ ଟି ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟୀକା କରଣ ବ୍ୟବସ୍ଥା ଅଛି ବୋଲି ଦର୍ଶାଉଛି । ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରେ କେବଳ କୋଭାକ୍ସିନ (Covaxin) ଟୀକା ଦିଆଯାଉଥିବା ବେଳେ ବାକି ୨୪ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲାର ଅନ୍ୟ ଅଞ୍ଚଳରେ କୋଭିସିଲଡ଼ (Covishield) ଟୀକା ଦିଆଯାଉଛି । ପୁରୀ,ବାଲେଶ୍ବର,ଖୋର୍ଦ୍ଧା ଓ ନୂଆପଡ଼ାରେ ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଟୀକା ପଞ୍ଜିକରଣର ବ୍ୟବସ୍ଥା ଅଛି ବୋଲି ଦର୍ଶାଉଛି । ବାକି ଜିଲ୍ଲା ମାନଙ୍କରେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଟୀକାକରଣ ବ୍ୟବସ୍ଥା ଅଛି ବୋଲି ଦର୍ଶାଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଜୁନ ୧ ତାରିଖ ପରେ ରାଜ୍ୟରେ ଟୀକାକରଣ ବନ୍ଦ ହେଇଯିବ କି ?

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.