ETV Bharat / city

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

author img

By

Published : Jul 7, 2021, 3:09 PM IST

Updated : Jul 7, 2021, 3:45 PM IST

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ମତ୍ସ୍ୟ, ପଶୁସମ୍ପଦ ଏବଂ MSME ମନ୍ତ୍ରୀ ଭାବରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

Union minister pratap chandra sadangi resign
କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଆଜି କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବିସ୍ତାର ପୂର୍ବରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

2019 ସାଧାରଣ ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରୁ ବିଜୟ ହାସଲ କରିଥିଲେ । ଏହା ପରେ ପିଏମ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ପ୍ରତାପ । ସେ କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ଏବଂ MSME ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କିରଥିଲେ । ସେ 31 ମେ 2019 ରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ଶପଥ ନେଇଥିଲେ ।

ସୂଚନାଥାଉକି ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ କରାଯାଉଛି । ଆଜି ପିଏମ ଆବାସରେ ସମସ୍ତ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ନେଇ ଆଲୋଚନା ଓ ବିଚାର ବିମର୍ଷ କରିଛନ୍ତି ପିଏମ ମୋଦି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସମ୍ଫ୍ରସାରଣରେ ସାମିଲ ହେବେ 43 ନୂତନ ମନ୍ତ୍ରୀ । ସେପଟେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ମଧ୍ୟ ବିଭିନ୍ନ ମନ୍ତ୍ରୀ ମାନଙ୍କ ଇସ୍ତଫାର ସୁଅ ଛୁଟିଛି ।

ରାଜନୈତିକ କ୍ୟାରିଅର

ବିଶ୍ବହିନ୍ଦୁ ପରିଷଦରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାଜ୍ୟର ଜଣେ ପ୍ରଖର ହିନ୍ଦୁବାଦୀ ନେତା ଭାବରେ ବେଶ ପରିଚିତ । ଖାସକରି ମୟୂରଭଞ୍ଜର ଗ୍ରାହାମ ଷ୍ଟେନସ ହତ୍ୟାକାଣ୍ଡ ମାମଲାରେ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ଏହା ପରେ ବିଜେପିରେ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଷଡଙ୍ଗୀ ।

2004 ରୁ 2009ରେ ନୀଳଗିରି ଆସନରୁ ପ୍ରଥମ ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ଏହା ପରେ 2009 ରୁ 2014 ପର୍ଯ୍ୟନ୍ତ ଦ୍ବିତୀୟ ଥର ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । 2014 ଲୋକସଭା ନିର୍ବାଚନରେ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ହୋଇଥିଲେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ସେ ବିଜେଡିର ଟାଣୁଆ ନେତା ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକୁ ପରାସ୍ତ କରିଥିଲେ ।

2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ପିଏମ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଂସଦରେ ପ୍ରଥମେ ଧନ୍ୟବାଦ ପ୍ରସ୍ତାବ ଭାଷଣ ଦେଇଥିଲେ । ଏହି ଭାଷଣ ବେଳେ ସେ ସାରା ଭାରତବାସୀଙ୍କ ପାଖରେ ନିଜର ପ୍ରଚଣ୍ଡ ବକୃତ୍ବା ମଧ୍ୟରେ ଲୋକଙ୍କ ପ୍ରଶଂସା ସାଉଁଟିଥିଲେ । ବିଶେଷ କରି ସଂସଦରେ ସେ ସଂସ୍କୃତ ଓ ହିନ୍ଦୀ ଭାଷାରେ ବକ୍ତବ୍ୟ ଦେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ତାଙ୍କର ସାଧାରଣ ଜୀବନ ଶୈଳୀକୁ ନେଇ ବେଶ ଚର୍ଚ୍ଚିତ ଷଡଙ୍ଗୀ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ମଧ୍ୟ ଚାକଚକ୍ୟ ଜୀବନକୁ ଗ୍ରହଣ ନ କରି ସାଧାରଣ ଜୀବନ କଟାଉଥିଲେ ସେ ।

Last Updated : Jul 7, 2021, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.