ETV Bharat / city

ବିଜେଡିରେ ଯୋଗଦେଲେ ଦୁଇ ଯାତ୍ରା କଳାକାର - bjd

ଯାତ୍ରା କଳାକାର ଅନନ୍ତ ବରାଳ ଓ ତାଙ୍କ ପତ୍ନୀ ଲିପି ବରାଳ ବିଜେଡିରେ ଯୋଗଦେଲେ । ସେପଟେ କଂଗ୍ରେସ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅସନ୍ତୋଷ ପ୍ରକାଶ କରି ଲକ୍ଷ୍ମୀପୁର ଆଶାୟୀ ରାଜେନ୍ଦ୍ର ହୋଇକାସ ଏବଂ ସୁନ୍ଦରଗଡ଼ କଂଗ୍ରେସ ଆଶାୟୀ ଜଟିଆ ମୁଣ୍ଡା ମଧ୍ୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ,ଭୁବନେଶ୍ୱର
author img

By

Published : Mar 24, 2019, 1:21 PM IST

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ଆହୁରି 9ଟି ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । ରବିବାର ଯେକୌଣସି ସମୟରେ ଏହି 9ଟି ଆସନ ସହ ତୃତୀୟ ପର୍ଯ୍ୟାୟର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଛି । କାରଣ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ 26 ତାରିଖ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।

ଭିଡିଓ ସୌଜନ୍ୟ : ବ୍ୟୁରୋ ଚିଫ, ଭୁବନେଶ୍ୱର

ସେପଟେ ରାଜ୍ୟର ଦୁଇ ସୁନାମଧନ୍ୟ ଯାତ୍ରା କଳାକାର ଅନନ୍ତ ବରାଳ ଓ ତାଙ୍କ ପତ୍ନୀ ଲିପି ବରାଳ ମଧ୍ୟ ବିଜେଡିରେ ଯୋଗଦେବା ସହ ଯାଜପୁର ଜିଲ୍ଲାର ଯେକୌଣସି ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି । ଏହାସହ କଂଗ୍ରେସ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅସନ୍ତୋଷ ପ୍ରକାଶ କରି ଲକ୍ଷ୍ମୀପୁର ଆଶାୟୀ ରାଜେନ୍ଦ୍ର ହୋଇକାସ ଏବଂ ସୁନ୍ଦରଗଡ଼ କଂଗ୍ରେସ ଆଶାୟୀ ଜଟିଆ ମୁଣ୍ଡା ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.