ETV Bharat / city

ବଦଳିଲା ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି

author img

By

Published : Jun 7, 2021, 7:14 PM IST

ବଦଳିଲା ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି। ଚିକିତ୍ସା ପାଇଁ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ। ଅଧିକ ପଢନ୍ତୁ...

covid19 patient
ବଦଳିଲା ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି

ଭୁବନେଶ୍ବର: ବଦଳିଲା ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତି। ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ। ଯଦି ଅକ୍ସିଜେନ ପାରାସିଟାମୋଲ ଓ ଷ୍ଟେରଏଡ ଉପରେ ଗୁରୁତ୍ବ ଦିଆଯାଉଛି ତେବେ ଆମେ ମଧ୍ୟ ଅଧିକ ତର୍ଜମା କରି ସେହି ଔଷଧ ଗୁଡିକକୁ ବ୍ୟବହାର କରିବୁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ।

ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଅନେକ ଔଷଧକୁ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ। ସେହିପରି ଭାବରେ ସିଟି ସ୍କାନ ନ କରିବାକୁ ମଧ୍ୟ କୁହାଯାଇଛି। ରୋଗୀଙ୍କୁ ଷ୍ଟିମ ଓ ଆଣ୍ଟି ବାୟୋଟିକ ଔଷଧ ଦେବାକୁ ବାରଣ କରାଯାଇଛି। ଷ୍ଟେରଏଡ ଅକ୍ସିଜେନ ଓ ପାରାସିଟାମୋଲକୁ ଠିକ ଭାବରେ ବ୍ୟବହାର କରିବାକୁ କୁହାଯାଇଛି। ପ୍ଲାଜମା ଥେରାପିକୁ ମଧ୍ୟ ବାରଣ କରାଯାଇଛି।

କୋଭିଡ ମେଡ଼ିସିନ ପାଇଁ ଜାତୀୟ ଟାସ୍କଫୋର୍ସ ଯାହା ଅନୁମୋଦନ କରୁଛନ୍ତି । ଆମେ ମଧ୍ୟ ତାହା ବ୍ୟବହାର କରିଛୁ। ତେଣୁ ଯଦି ଅକ୍ସିଜେନ ପାରାସିଟାମୋଲ ଓ ଷ୍ଟେରଏଡ ଉପରେ ଗୁରୁତ୍ବ ଦିଆଯାଉଛି ତେବେ ଆମେ ମଧ୍ୟ ଅଧିକ ତର୍ଜମା କରି ସେହି ଔଷଧ ଗୁଡିକକୁ ବ୍ୟବହାର କରିବୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ଅନ୍ୟପଟେ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ କୋରୋନାର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ। ବର୍ତ୍ତମାନ ସୁଧା ପାଖାପାଖି 97 ଟି ଔଷଧକୁ ପରୀକ୍ଷାମୂଳକ ଭାବରେ ଜରୁରୀକାଳୀନ ବ୍ୟବହାର କରାଯାଉଛି। ଏକ କମିଟି ଏହି ସମସ୍ତ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି। ତେଣୁ ଏହି ଟାସ୍କ ଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି।

ସୂଚନା ଅନୁଯାୟୀ, ବିନା ଲକ୍ଷଣ ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଦିଆଯାଉଥିବା ଔଷଧ ଆକ୍ସିସାଇକ୍ଲିନ, ଜିଙ୍କ, ଭିଟାମିନ, ଆଇଭରମେକ୍ଟଇନ ଓ ଅନନ୍ୟ ମେଡିସିନକୁ ବନ୍ଦ କରିଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.