ETV Bharat / city

ପୁଣି ବାଜିଲା ବେଲ୍: ଶ୍ରେଣୀ ଗୃହରେ ପାଠ ପଢିଲେ ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀ - ସ୍କୁଲ ଗଲେ ଛାତ୍ରଛାତ୍ରୀ

ଖୋଲିଲା ସ୍କୁଲ: ଶ୍ରେଣୀ ଗୃହରେ ପାଠ ପଢିଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

author img

By

Published : Nov 15, 2021, 12:11 PM IST

Updated : Nov 15, 2021, 6:48 PM IST

18:21 November 15

ଢେଙ୍କାନାଳରେ ଖୋଲିଲା ୬ଷ୍ଠ ଓ ୭ମ ଶ୍ରେଣୀ କ୍ଲାସ

ଢେଙ୍କାନାଳ: କୋଭିଡ ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁଁ ପର୍ଯ୍ୟାୟ କ୍ରମେ ପିଲାଙ୍କ ଅଫଲାଇନ ପାଠପଡା ଆରମ୍ଭ ହେଉଛି । ଫଳରେ ଦୀର୍ଘ ଦେଢ଼ ବର୍ଷ ପରେ ଆଜିଠାରୁ ରାଜ୍ୟବ୍ୟାପୀ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ ହୋଇଛି । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ସକାଳ ସାଢେ ୯ ଟାରୁ ୧ଟା ଯାଏଁ ଏହି ଅଫଲାଇନ ପାଠପଢା ଆରମ୍ଭ ହୋଇଛି ।  

ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ୪୯୬ ଟି ସ୍କୁଲର ମୋଟ ୧୫ ହଜାର ୬୩୨ ଜଣ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ପାଇଁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା । ଆଜି(ସୋମବାର) ପ୍ରଥମ ଦିନରେ ଢେଙ୍କାନାଳ ଜିଲ୍ଲାରେ ଶତକଡା ୫୯ ପ୍ରତିଶତ ପିଲାଙ୍କ ଉପସ୍ଥାନ ଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସ୍କୁଲ ଶ୍ରେଣୀଗୃହକୁ ସାନିଟାଇଜ ସହ ପିଲାଙ୍କୁ ଗେଟ ପାଖରୁ ସାନିଟାଇଜ କରାଯିବା, ସାମାଜିକ ଦୂରତା ତଥା ମାସ୍କ ପିନ୍ଧିବାକୁ କଡାକଡି କରାଯାଇଥିବା ପ୍ରଧାନ ଶକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଛନ୍ତି । ସେପଟେ ଦୀର୍ଘ ଦେଢ଼ ବର୍ଷ ପରେ ଏହି ଅଫଲାଇନ କ୍ଲାସର ସୁଯୋଗ ମିଳିଥିବାରୁ ଛାତ୍ରଛାତ୍ରୀ ଉତ୍ସାହିତ ହୋଇପଡିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

15:20 November 15

ଗଜପତିରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଗଜପତିରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ

ଗଜପତି: ସରକାର ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ଦେଇଛନ୍ତି  । ଫଳରେ ଉଭୟ ଶ୍ରେଣୀର ପିଲା ଆଜି(ସୋମବାର) ସ୍କୁଲକୁ ଆସି ପାଠପଢା ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍କୁଲରେ ପିଲାମାନେ ପାଠପଢା ଆରମ୍ଭ କରିଛନ୍ତି, ପାରଳାଖେମୁଣ୍ଡି ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସାରେ ସରକାରଙ୍କ ସମସ୍ତ ନିୟମ ମାନି କ୍ଲାସ ଆରମ୍ଭ ହୋଇଛି ।  

ପିଲା ଏନେଇ ବେଶ୍ ଖୁସି ଥିବାବେଳେ ପୂର୍ବରୁ ଅନଲାଇନ୍ ପାଠପଢ଼ାରେ ବିଭିନ୍ନ ସମସ୍ୟା ହେଉଥିବାବେଳେ ଏବେ ସିଧାସଳଖ ପିଲାଙ୍କୁ ପଢ଼ାଇ ପାରୁଛନ୍ତି କହିଛନ୍ତି ଶିକ୍ଷକ । ପିଲା ଏବଂ ଶିକ୍ଷକ ଉଭୟଙ୍କ ମନରେ ସ୍କୁଲ ଖୋଲିବା ପରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

13:28 November 15

କଟକରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀ

କଟକ ସହରରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ

କଟକ: ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । କୋଭିଡ଼ ନିୟମ ମାନି ଆଜିଠାରୁ ସ୍କୁଲରେ ପାଠ ପଢ଼ାଯାଉଛି । ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ କଟକର ସ୍କୁଲ ଗୁଡିକରେ କର୍ତ୍ତୃପକ୍ଷମାନେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା ।  

ତେବେ କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିବାବେଳେ ଆଉ କିଛି ସ୍କୁଲରେ ଚକୋଲେଟ ଦେଇ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ଦୀର୍ଘ ଦିନ ପରେ ସ୍କୁଲକୁ ଆସି ଛାତ୍ରଛାତ୍ରୀ ବି ବେଶ ଖୁସି ଅନୁଭବ କରିଥିବା କହିଛନ୍ତି  ।  

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

12:18 November 15

ବୌଦ୍ଧରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀ

ବୌଦ୍ଧ ଜିଲ୍ଲାରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ବୌଦ୍ଧ: ଆଜିଠାରୁ ଶ୍ରେଣୀ ଗୃହରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଛି । ଏନେଇ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ସ୍ବାଗତ କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଫୁଲଚନ୍ଦନ ଲଗାଇ ତଥା ମାସ୍କ ସାନିଟାଇଜର ଦେଇ ବିଦ୍ୟାଳୟ ପ୍ରବେଶ କରାଯାଇଥିଲା ।

କୋରୋନା ଯୋଗୁଁ ବନ୍ଦ ପଡିଥିବା ବିଦ୍ୟାଳୟ ଗୁଡିକରେ ପୁଣିଥରେ ଶିକ୍ଷା ଦାନ ଆରମ୍ଭ ହୋଇଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବେଶ ଉତ୍ସାହିତ ଅଛନ୍ତି । ଜିଲ୍ଲାର ଅଧିକାଂଶ ସ୍ଥାନରେ ନେଟୱାର୍କ ଓ ମୋବାଇଲ ସମସ୍ୟା ହେତୁ ଅନଲାଇନ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଥିବାବେଳେ ଆଜିଠାରୁ ବିଦ୍ୟାଳୟରେ ଶିକ୍ଷା ଦାନ ନେଇ ସମସ୍ତେ ଆନନ୍ଦ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

12:17 November 15

ବାଲେଶ୍ବରରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ବାଲେଶ୍ବର: ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଆଜିଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନ ଆରମ୍ଭ ହୋଇଛି । ଦୀର୍ଘ ଦେଢ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ବେଶ ଉତ୍ସାହର ସହ ବିଦ୍ଯାଳରେ ପ୍ରବେଶ କରିବା ପରେ ପାଠ ପଢୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପାଠପଢା ପୁଣି ଆରମ୍ଭ ହୋଇଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ଅଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

11:47 November 15

ଖୋର୍ଦ୍ଧାରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଖୋର୍ଦ୍ଦା ଜିଲ୍ଲାରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଦୀର୍ଘ ଦେଢ଼ବର୍ଷ ପରେ ଖୋଲିଲା ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ଖୋର୍ଦ୍ଧା ଜିଲ୍ଲାରେ ପିଲାମାନେ ବେଶ ଉତ୍ସାହର ସହ ସ୍କୁଲ ଆସୁଥିବା ଦେଖିବାକୁ ମିଳିଛି । ସେପଟେ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟରେ ରଖି ସ୍କୁଲକୁ ପୂର୍ବରୁ ସାନିଟାଇଜ କରାଯାଇଥିବାବେଳେ ଆଜି ପିଲାଙ୍କ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ କରିବା ସହ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଛି ।  

ସ୍କୁଲ ଖୋଲିବା ନେଇ ପିଲାମାନେ ବେଶ ଖୁସି ଥିବାବେଳେ ଏବେ ଭଲରେ ପାଠ ବୁଝିପାରିବେ ବୋଲି କହିଛନ୍ତି । ସରକାର ଜାରି କରିଥିବା କରୋନା କଟକଣା ମାନି ପିଲାଙ୍କୁ ପାଠ ପଢ଼ାଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

11:11 November 15

ପୁଣି ବାଜିଲା ବେଲ୍: ଶ୍ରେଣୀ ଗୃହରେ ପାଠ ପଢିଲେ ଷଷ୍ଠ ଓ ସପ୍ତମ ଛାତ୍ରଛାତ୍ରୀ

ଭୁବନେଶ୍ବର: ଦୀର୍ଘ ଦେଢ ବର୍ଷ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଲା ବିଦ୍ୟାଳୟ  । କୋରୋନା କଟକଣା ମଧ୍ୟରେ ଆଜି ବିଦ୍ୟାଳୟ ଯାଇ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।  ସକାଳ ୯ଟା ୩୦ରୁ କ୍ଲାସ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବ ।  ଅଭିଭାବକଙ୍କଠାରୁ ପରାମର୍ଶ ନେଇ ଆଜି ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଛନ୍ତି  । 

Last Updated : Nov 15, 2021, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.