ଭୁବନେଶ୍ବର: ଭଦ୍ରକ ତିହିଡି ମଦମୁତ୍ୟୁ ଘଟଣାରେ ମାନବାଧିକାର କମିଶନଙ୍କୁ ଭେଟିଛି ବିଜେପି । ମନମୋହନ ସାମଲଙ୍କ ନେତୃତ୍ବରେ ଆଜି ବିଜେପିର ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟିଥିଲା ।
ସୂଚନା ଅନୁସାରେ, ତିହିଡି ଥାନା ଦୌଲତପୁର ଅଞ୍ଚଳରେ ବିଷାକ୍ତ ମଦ ପିଇ 10 ଜଣ ପ୍ରାଣ ହରାଇଥିଲେ । ଏଥିସହ 100ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ । ଏହି ଘଟଣାରେ ପୋଲିସ 2ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ