ଭୁବନେଶ୍ବର: ଚଳିତ ବର୍ଷ ସ୍ଵାଧୀନତା ଦିବସ କୋରନା ନିୟମ ମାନି ପାଳନ କରିବା ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କଟକ ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନରେ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନ କଟକଣାରେ କୋହଳ କରାଯାଇଛି ।
![ସ୍ଵାଧୀନତା ଦିବସରେ କୋହଳ ହେବ ସାପ୍ତାହିକ ସଟଡାଉନ ନିୟମ](https://etvbharatimages.akamaized.net/etvbharat/prod-images/od-bbs-03-srconaug15-avo-7202263_12082020174157_1208f_1597234317_269.png)
ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଇଛି । ସୂଚନା ଅନୁଯାୟୀ ଦିନ ୧୧ ମଧ୍ୟରେ ପତାକା ଉତ୍ତୋଳନ କରିବା ପାଇଁ ସମୟ ଦିଆଯାଇଥିବା ବେଳେ କେବଳ ୧୦ ଜଣରୁ କମ ଲୋକଙ୍କ ମଧ୍ୟରେ ଏହି ଦିବସ ପାଳନ ପାଇଁ ନିର୍ଦ୍ଦେଶ ରହିଛି ।
ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଚିଠି ଲେଖି ଜଣାଇଯାଇଛି । ଗତ ଜୁଲାଇ 30ରୁ ଏହି ସବୁ ସ୍ଥାନରେ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଥିଲା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ