ଭୁବନେଶ୍ବର: ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହୀତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି ଟଙ୍କା, ଆଇଜିଏସଟି ପରିମାଣ ୬୭ ହଜାର ୩୬୧ କୋଟି ଟଙ୍କା ଏବଂ ସେସ ପରିମାଣ ୮ ହଜାର ୪୮୪ କୋଟି ଟଙ୍କା ରହିଛି । ଓଡ଼ିଶାରେ ୨୦୨୧ ଅକ୍ଟୋବର ମାସରେ ୩ ହଜାର ୫୯୩ କୋଟି ଟଙ୍କାର ରାଜସ୍ୱ ସଂଗୃହୀତ ହୋଇଛି । ଏହା ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଆଦାୟ ହୋଇଥିବା ୨ ହଜାର ୪୧୯ କୋଟି ଟଙ୍କା ତୁଳନାରେ ୪୯ ପ୍ରତିଶତ ଅଧିକ ବୋଲି ଜଣାଯାଇଛି ।
ଅକ୍ଟୋବର 2021ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ ସରକାର ସିଜିଏସଟି ବାବଦରେ ୨୭ ହଜାର ୩୧୦ କୋଟି ଟଙ୍କା ପରିଶୋଧ କରିଥିବା ବେଳେ ଆଜିଏସଟିରୁ ଏସଜିଏସଟି ବାବଦରେ ୨୨ ହଜାର ୩୯୪ କୋଟି ଟଙ୍କା ନିୟମିତ ପରିଶୋଧ କରିଛନ୍ତି । ଅକ୍ଟୋବର ୨୦୨୧ ମାସରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ନିକଟରେ ମୋଟ ରାଜସ୍ୱ ପରିମାଣ ସିଜିଏସଟି ବାବଦରେ ୫୧ ହଜାର ୧୭୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୨ ହଜାର ୮୧୫ କୋଟି ଟଙ୍କା ବଳକା ରହିଛି । ୨୦୨୧ ଅକ୍ଟୋବରରେ ସଂଗୃହିତ ଜିଏସଟି ରାଜସ୍ୱ ଗତ ବର୍ଷର ସମାନ ମାସ ତୁଳନାରେ ୨୪ ପ୍ରତିଶତ ଅଧିକ । ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ ।
ଅକ୍ଟୋବର 2021ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ ଅକ୍ଟୋବର 2021ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ ସେହିପରି ଏହି ମାସରେ ବସ୍ତୁ ରପ୍ତାନିରୁ ସଂଗୃହିତ ଜିଏସଟି ରାଜସ୍ୱ ପରିମାଣ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୩୯ ପ୍ରତିଶତ ଅଧିକ ରହିଛି । ଅନୁରୂପ ଭାବେ ଘରୋଇ କାରବାରରୁ ସଂଗୃହିତ ରାଜସ୍ୱ ପୂର୍ବ ଆର୍ଥିକବର୍ଷର ସମାନ ମାସ ତୁଳନାରେ ୧୯ ପ୍ରତିଶତ ଅଧିକ ରହିଛି । ଜିଏସଟି ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି । ଏଥିପୂର୍ବରୁ ଏପ୍ରିଲ ୨୦୨୧ରେ ସର୍ବାଧିକ ପରିମାଣର ଜିଏସଟି ଆଦାୟ କରାଯାଇଥିଲା, ଯାହାକି ଆର୍ଥିକ ବର୍ଷର ଶେଷ ରାଜସ୍ୱ ଆଦାୟ ସହ ଜଡ଼ିତ । ତେଣୁ ଅକ୍ଟୋବର ମାସରେ ସଂଗୃହିତ ଜିଏସଟି ଆର୍ଥିକ ସୁଧାରର ସଙ୍କେତ ଦେଉଛି ।କୋଭିଡ଼ର ଦ୍ୱିତୀୟ ଲହରୀ ପରେ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ଇ- ୱେ ବିଲ ପରିମାଣରୁ ମଧ୍ୟ ଏହାର ସଙ୍କେତ ମିଳିଥାଏ । ସେମି କଣ୍ଡକ୍ଟର ଯୋଗାଣ କାରଣରୁ କାର ଏବଂ ଅନ୍ୟ ଉତ୍ପାଦର ବିକ୍ରି ବାଧାପ୍ରାପ୍ତ ହୋଇଥିଲା । ଏପରି ହୋଇନଥିଲେ ରାଜସ୍ୱ ଆଦାୟ ପରିମାଣ ଆହୁରି ଅଧିକ ହୋଇଥାନ୍ତା । ଏହି ମାସରେ ଇ- ୱେ ବିଲ ସଂଖ୍ୟା ଏବଂ ଟିକସଯୋଗ୍ୟ ମୂଲ୍ୟର ପରିମାଣରେ ବୃଦ୍ଧି ଚାର୍ଟ-୧ରେ ଦର୍ଶାଯାଇଛି, ଯାହାକି ସ୍ପଷ୍ଟ ଭାବେ ଆର୍ଥିକ ଗତିବିଧିରେ ସୁଧାର ସମ୍ପର୍କରେ ସୂଚନା ଦେଉଛି ।ରାଜ୍ୟ ଏବଂ କେନ୍ଦ୍ରୀୟ ଟିକସ ପ୍ରଶାସନର ସକ୍ରିୟ ପ୍ରୟାସ କାରଣରୁ ଅନୁପାଳନ ବୃଦ୍ଧି ପାଇଛି ଯାହା ଟିକସ ପରିମାଣରେ ବୃଦ୍ଧିରେ ସହାୟକ ହୋଇଛି । ଏହା ଛଡା ବ୍ୟକ୍ତିଗତ ଟିକସ ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଏସଟି ପରିଷଦ ପକ୍ଷରୁ ବହୁମୁଖୀ ଉପାୟ ଗ୍ରହଣ କରାଯିବା କାରଣରୁ ଏହା ସମ୍ଭବ ହୋଇପାରିଛି । ଅନ୍ୟପକ୍ଷରେ ଏସଏମଏମ ମାଧ୍ୟମରେ ଶୂନ୍ୟ ଟିକସ ଦାଖଲ, ତ୍ରୈମାସିକ ରିଟର୍ଣ୍ଣ ମାସିକ ପଇଠ (କ୍ୟୁଆରଏମପି) ବ୍ୟବସ୍ଥା ଏବଂ ଅଟୋ ପପୁଲେସନ ରିଟର୍ଣ୍ଣ ଭଳି ସହଜ ଅନୁପାଳନ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ଏକ ବର୍ଷ ମଧ୍ୟରେ ଟିକସଦାତାମାନଙ୍କୁ ଭଲ ଅଭିଜ୍ଞତା ପ୍ରଦାନ କରିବା ଲାଗି ବ୍ୟବସ୍ଥାର କ୍ଷମତା ବୃଦ୍ଧି ପାଇଁ ଜିଏସଟିଏନ ଉଲ୍ଲେଖନୀୟ ସୁଧାର ଆଣିଛି ।ରିଟର୍ଣ୍ଣର ଅଣ-ଫାଇଲିଂ ପାଇଁ ଇ- ୱେ ବିଲ ବ୍ଲକ କରିବା, ଲଗାତାର ଛଅ ଥର ରିଟର୍ଣ୍ଣ ଫାଇଲ କରିବାରେ ବିଫଳ ହୋଇଥିବା ଟିକସଦାତାଙ୍କର ପଞ୍ଜିକରଣ ସିଷ୍ଟମ ଆଧାରରେ ବାତିଲ କରିବା ଏବଂ ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଥିବା ଟିକସଦାତାଙ୍କ କ୍ରେଡିଟ୍ ବ୍ଲକ୍ କରିବା ଭଳି ଅଣ-ଅନୁପାଳନ ଅଭ୍ୟାସକୁ ନିରୁତ୍ସାହିତ କରାଯିବା ଆଦି ବିଭିନ୍ନ ପଦକ୍ଷେପ ପରିଷଦ ପକ୍ଷରୁ ଗ୍ରହଣ କରାଯାଇଛି । ନୀତିଗତ ପଦକ୍ଷେପ ଏବଂ ପ୍ରଶାସନିକ ପ୍ରୟାସ କାରଣରୁ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଟିକସ ପଇଠ ପରିମାଣ ବୃଦ୍ଧି ପାଉଛି। ପ୍ରତିମାସ ଶେଷ ସୁଦ୍ଧା ଦାଖଲ କରାଯାଇଥିବା ରିଟର୍ଣ୍ଣ ପ୍ରତିଶତ ଧିରେ ଧିରେ ବୃଦ୍ଧି ପାଇଥିବା ଚାର୍ଟ 2ରେ ଦର୍ଶାଯାଇଛି।ବିଭିନ୍ନ ସମୟରେ ପରିଷଦ ପକ୍ଷରୁ ବିଳମ୍ବିତ ଶୁଳ୍କ ଉଚ୍ଛେଦ କରିବା ଫଳରେ ପୁରୁଣା ରିଟର୍ଣ୍ଣ ଦାଖଲ କରିବା ଏବଂ ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଅପ୍ ଟୁ ଡେଟ୍ ରହିବାରେ ଟିକସଦାତାମାନେ ଅଧିକ ଉତ୍ସାହିତ ହୋଇଛନ୍ତି । ପ୍ରତି ମାସରେ ଅଧିକରୁ ଅଧିକ ସଂଖ୍ୟାରେ ଟିକସଦାତା ଟିକସ ପଇଠ କରୁଥିବାରୁ ପୁରୁଣା ଅବଧିର ଟିକସ ପଇଠ ପରିମାଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ପାଇଁ କୋହଳ ହୋଇଥିବା ନିୟମର ଲାଭ ଉଠାଇ ଜୁଲାଇ ୨୦୨୧ରେ ୧.୫ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି । ଟିକସ ଫାଙ୍କି ଉପରେ ଅଙ୍କୁଶ ଲଗାଇବା ଲାଗି ନକଲି ଆଇଟିସି ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜିଏସଟି ପରିଷଦ ବିଚାର କରୁଛି।
ଅକ୍ଟୋବର 2021ରେ ଦ୍ଵିତୀୟ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ