ଭୁବନେଶ୍ବର: ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟରେ ଗତ କାଲି(ଶୁକ୍ରବାର) ଭୁବନେଶ୍ୱର ବାଜିମାତ କରିଛି । ସୋସିଆଲ ସ୍ମାର୍ଟ ଭୁବନେଶ୍ୱର ଓ ଭୁବନେଶ୍ୱର.ମି ପୋର୍ଟାଲ ପାଇଁ ଢେର ସାରା ପ୍ରଶଂସା ସାଉଁଟିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ । ହେଲେ ସ୍ମାର୍ଟସିଟିର ଏହି ସ୍ୱୀକୃତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ବାସିନ୍ଦା ।
ଖାଲି ଆୱାର୍ଡ ମିଳିଲେ ହେବନି ଆୱାର୍ଡ ମିଳିଲା ଭଳି କାମ ହେବା ଦରକାର, କାଗଜ ପତ୍ରରେ ସବୁ ଦେଖାଇ ଖାଲି ବାହାବା ନେଲେ ହେବନି । ପ୍ରକୃତ ସ୍ମାର୍ଟ ଶବ୍ଦର ଗ୍ରାଉଣ୍ଡ ରିଆଲିଟି ବା ବାସ୍ତବତାକୁ ପ୍ରତିପାଦିତ କରିବାକୁ ପଡିବ ବୋଲି ଅନେକେ ମତ ରଖିଛନ୍ତି । ସ୍ମାର୍ଟ ସହରରେ ଖାଲି ସୁଦୃଢ ରାସ୍ତା କରିଦେଲେ ହେବନି ସବୁ କ୍ଷେତ୍ରରେ ସ୍ମାର୍ଟ ହେବା ଦରକାର । ଅସରାଏ ବର୍ଷାରେ ଜଳବନ୍ଦୀ ସମସ୍ୟା, ଅବ୍ୟବସ୍ଥିତ ଡ୍ରେନେଜ, ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ ସମସ୍ୟା ସ୍ମାର୍ଟସିଟିର ଅସଲି ପରିଚୟକୁ ପଦାରେ ପକାଇଛି । ତେବେ ଏନେଇ କ’ଣ କହୁଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକ ଆସନ୍ତୁ ଶୁଣିବା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ