ଭୁବନେଶ୍ବର: କୋରୋନାର ତୃତୀୟ ଲହରକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ବିଶେଷ ଭାବରେ ପଡିବ ନାହିଁ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଆଗକୁ ଭଲ ସ୍ଥିତିରେ ରହିବା । ବର୍ତ୍ତମାନ ଆମେ ଭଲ ସ୍ଥିତିରେ ରହିଛେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ସେରୋସର୍ଭେ ରିପୋର୍ଟ ମଧ୍ୟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି । ହେଲଥ କେୟାର ମାନଙ୍କର 93 ପ୍ରତିଶତ, ଜେନେରାଲ ଲୋକଙ୍କର 73 ପ୍ରତିଶତ, ଏହା ବାଦ ଯୁବପିଢି ବୟସ୍କ ଏବଂ ଶିଶୁ ମାନଙ୍କର ଆଣ୍ଟିବଡ଼ି ବହୁତ ଭଲ ରହିଛି । ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି । ଏହା ଦ୍ୱାରା ଆମେ ଜାଣି ପାରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଣ୍ଟିବଡ଼ି ହେଲାଣି, ଭ୍ୟାକ୍ସିନେସନ ଡ୍ରାଇଭ କାମ କରୁଛି ଓ କୋଭିସିଲ୍ଡ ଏବଂ କୋଭାକ୍ସିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି । ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡି ବୃଦ୍ଧି ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲ ଲେବୁଲରେ ରହିଛି । ମାତ୍ର ଏହା ପରେ ଆମେ ଖାମ ଖିଆଲ ହେବାନି ।
ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା । ଅନ୍ୟପଟେ ରାଜ୍ୟରେ ଅଣ ସଂକ୍ରମଣ ରୋଗ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ସେମିତି କିଛି ଆମର ଅଣ ସଂକ୍ରମଣ ରୋଗ ବଢି ନାହିଁ । ଆମେ ଇନିଟିଗ୍ରେଟେଡ଼ ସର୍ଭିଲାନ୍ସ କଲୁ । ଆମର ସର୍ଭିଲାନ୍ସ ଚାଲିଥିଲା । ଯାହା ଦ୍ୱାରା କିଛି ଡ଼ିଟେକ୍ସନ ହେଲେ ଏନେଇ କେସ ପ୍ରତିଶତ ଅଧିକ ହୋଇପାରେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ