ETV Bharat / city

ମନ୍ଦିରରେ ଝୁଲୁଛି ତାଲା, ସରକାରଙ୍କ ସହାୟତା ଲୋଡିଲେ ପୂଜକ

author img

By

Published : Jun 3, 2020, 3:51 PM IST

ଲକଡାଉନରେ ବନ୍ଦ ପଡିଛି ଧାର୍ମିକ ଅନୁଷ୍ଠାନ । ଫଳରେ ସମସ୍ୟାରେ ଜୁଝୀ ହେଉଛନ୍ତି ମନ୍ଦିର ପୂଜକ । ତେବେ ପୁରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ହେଉଥିବା ବେଳେ ରାଜ୍ୟରେ ଥିବା ଅନ୍ୟାନ୍ୟ ମନ୍ଦିରରେ କାର୍ଯ୍ୟ କରୁଥିବା ପୂଜକଙ୍କ ପାଇଁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି ।

ଜୀବନ ନିର୍ବାହ ପାଇଁ ସରକାରଙ୍କ ସହାୟତା ଲୋଡିଲେ ମନ୍ଦିର ପୂଜକ

ଭୁବନେଶ୍ବର: ଦୀର୍ଘ ତିନି ମାସରୁ ଊର୍ଦ୍ଧ୍ବ ସମୟ ହେବ କୋରୋନା ପାଇଁ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ଫଳରେ ଏଥିରେ ପୂଜାର୍ଚ୍ଚନା କରୁଥିବା ପୂଜକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଜୀବନ ନିର୍ବାହ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ପରିବାର ମଧ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି ।

ତେବେ ବୁଧବାର ଭୁବନେଶ୍ବର ମନ୍ଦିର ପୂଜକ ସଙ୍ଘ ପକ୍ଷରୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି । ଏ ଦୁଃ ସମୟରେ ଜଗନ୍ନାଥ ମନ୍ଦିର ସେବାୟତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ହେଉଥିବା ବେଳେ ରାଜ୍ୟରେ ଥିବା ଅନ୍ୟାନ୍ୟ ମନ୍ଦିରରେ କାର୍ଯ୍ୟ କରୁଥିବା ପୂଜକଙ୍କ ପାଇଁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ନଚେତ ସରକାର ନିର୍ଦ୍ଦିଷ୍ଟ ଗାଇଡ଼ ଲାଇନ ଅନୁସାରେ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.