ETV Bharat / sports

ଆଇପିଏଲ୍‌ 2025 ବଡ଼ ଅପଡେଟ୍‌; ପଞ୍ଜାବ କିଙ୍ଗସ୍‌କୁ ଆସିଲେ ଅଷ୍ଟ୍ରେଲିଆର ଏହି ବିଶ୍ବ ବିଜୟୀ କ୍ୟାପ୍ଟେନ - IPL 2025

author img

By ETV Bharat Sports Team

Published : 24 hours ago

Punjab Kings Coach : ଆଇପିଏଲ୍‌ 2025 ପୂର୍ବରୁ ଦୁଇ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି ପଞ୍ଜାବ କିଙ୍ଗସ୍‌ରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲୀୟ ଭେଟେରାନ କ୍ରିକେଟର । ଅଧିକ ପଢ଼ନ୍ତୁ

Punjab Kings Team
Punjab Kings Team (IANS Photo)

ନୂଆଦିଲ୍ଲୀ : ଆଇପିଏଲ୍‌ 2025 ପାଇଁ ସମ୍ଭାବିତ ମେଗା ଅକ୍ସନ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ ବିଭିନ୍ନ ଦଳର ଖେଳାଳିଙ୍କ ସମେତ ପ୍ରଶିକ୍ଷକମାନଙ୍କ ଦଳ ଡିଆଁ ମଧ୍ୟ ଜାରି ରହିଛି । ଏହାରି ଭିତରେ ପଞ୍ଜାବ କିଙ୍ଗସ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2025 ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂଙ୍କୁ ନିଜ ଦଳରେ ସାମିଲ କରିଛି । ପଞ୍ଜାବ କିଙ୍ଗସ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛି ।

PBKS ହେଡ୍‌-କୋଚ୍‌ ରିକି ପଣ୍ଟିଂ :-

'ESPNcricinfo'ର ଏକ ରିପୋର୍ଟ ଅନୁଯାୟୀ, ପଣ୍ଟିଂ ପଞ୍ଜାବ କିଙ୍ଗସ୍ ସହିତ ଏକାଧିକ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ପଣ୍ଟିଂ ମୁଖ୍ୟ ପ୍ରଶିକ୍ଷକ ଭାବେ ବାକି କୋଚିଂ କର୍ମଚାରୀଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଉଲ୍ଲେଖଯୋଗ୍ୟ, ପଞ୍ଜାବ କିଙ୍ଗସ ଗତ ବର୍ଷଠାରୁ ସେମାନଙ୍କ କୋଚିଂ କର୍ମଚାରୀ ସଞ୍ଜୟ ବାଙ୍ଗର (କ୍ରିକେଟ୍ ବିକାଶ ମୁଖ୍ୟ), ଚାର୍ ଲାଙ୍ଗଭେଲ୍ଟ (ଫାଷ୍ଟ ବୋଲିଂ କୋଚ୍) ଏବଂ ସୁନୀଲ ଯୋଶୀ (ସ୍ପିନ୍ ବୋଲିଂ କୋଚ୍)ଙ୍କ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହିଁ । ଅଷ୍ଟ୍ରେଲିଆର ପୂର୍ବତନ ଭେଟେରାନ କ୍ରିକେଟର ପଣ୍ଟିଂ ଗତ 7 ସିଜନରେ ପଞ୍ଜାବ କିଙ୍ଗସ୍‌ର 6ଷ୍ଠ ମୁଖ୍ୟ ପ୍ରଶିକ୍ଷକ ହେବେ । ଦଳ ଶେଷ ସଂସ୍କରଣରେ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା ।

କ'ଣ ରହିବ ମୁଖ୍ୟ ଚ୍ୟାଲେଞ୍ଜ ? :-

ଏବେ ପରବର୍ତ୍ତୀ ସିଜିନ ପାଇଁ ଫ୍ରାଞ୍ଚାଇଜରେ କେଉଁ ଖେଳାଳିଙ୍କୁ ରିଟେନ କରାଯିବ, ତାହା ପଣ୍ଟିଂଙ୍କ ପାଇଁ ମୁଖ୍ୟ ଆହ୍ବାନ ହେବ । ଗତ ଆଇପିଏଲ୍‌ ସଂସ୍କରଣରେ ପଞ୍ଜାବ କିଙ୍ଗସ୍‌ ପାଇଁ ଶଶାଙ୍କ ସିଂ ଏବଂ ଆଶୁତୋଷ ଶର୍ମାଙ୍କ ସହ ହର୍ଷଲ ପଟେଲ ହିରୋ ସାଜିଥିଲେ । ପଞ୍ଜାବ କିଙ୍ଗସ୍‌ ଦ୍ବାରା 11.8 କୋଟି ଟଙ୍କାରେ ହର୍ଷଲ ପଟେଲଙ୍କୁ ଦଳରେ ସାମିଲ କରାଯାଇଥିଲା, ସେ ପର୍ପଲ କ୍ୟାପ୍‌ ମଧ୍ୟ ହାସଲ କରିଥିଲେ ।

ପଣ୍ଟିଂଙ୍କ କୋଚିଂ କ୍ୟାରିୟର :-

ପଣ୍ଟିଂ ଆଇପିଏଲ୍ 2015ରେ କୋଚିଂ କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ଦୁଇ ବର୍ଷ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଆଇପିଏଲ୍ 2018ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ବ ଗ୍ରହଣ କଲେ ଏବଂ ଦଳ 2019ରୁ 2021 ମଧ୍ୟରେ କ୍ରମାଗତ ତିନିଥର ପ୍ଲେ ଅଫ୍‌ରେ ସ୍ଥାନ ପାଇଥିଲା । 49 ବର୍ଷର ପଣ୍ଟିଂ, ଜୁଲାଇରେ ଆଇପିଏଲ୍‌ 2024 ପରେ ଡିସି ସହିତ ତାଙ୍କର କାର୍ଯ୍ୟକାଳ ଶେଷ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.