ETV Bharat / state

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - Minor Girl Rape Case

author img

By ETV Bharat Odisha Team

Published : 23 hours ago

NABARANGAPUR MINOR GIRL RAPE CASE: ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୧୦ ବର୍ଷୀୟା ନାବାଳିକାର ସନ୍ଦେହଜନକ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

MINOR GIRL RAPE CASE
MINOR GIRL RAPE CASE (ETV Bharat Odisha)

ନବରଙ୍ଗପୁର: ଜିଲ୍ଲାରେ ଲଜ୍ଜା । ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଟାୱାର ପାଚେରୀ ପାର୍ଶ୍ବରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର । ପରିବାର ଲୋକେ ଉକ୍ତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି ।

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ:

ସୂଚନାଯୋଗ୍ୟ, ଗତକାଲି (ମଙ୍ଗଳବାର) ଦିନ ମଧ୍ୟାହ୍ନରେ ଜଣେ ନାବାଳିକା ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକ ଚିନ୍ତାପ୍ରକଟ କରିଥିଲେ । ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ଖୋଜଖୋଜି କରିବା ପରେ ରାତି ସମୟରେ ଏକ ଟାୱାର ପାଚେରୀ ପାର୍ଶ୍ବରୁ ଉକ୍ତ ନାବାଳିକାଙ୍କ ମୃତଦେହ ମିଳିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି । ସେପଟେ ପରିବାର ଲୋକେ ଉକ୍ତ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...kolkata Horror: ଭାଇରାଲ ହେଉଛି ଅଭୟାଙ୍କ ମା'ଙ୍କ ଲୁହଭିଜା ଚିଠି, ନ୍ୟାୟ ମାଗିବ ବିଶ୍ବ ! - Kolkata Rape Case

ଏହା ମଧ୍ୟ ପଢନ୍ତୁ ... ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ଏହା ମଧ୍ୟ ପଢନ୍ତୁ ...Sambalpur Murder: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ନ୍ୟାୟ ଦାବିରେ ଅଡ଼ି ବସିଲେ ଲୋକେ, ଜଣେ ଗିରଫ - Justice For Victim

ଏହା ମଧ୍ୟ ପଢନ୍ତୁ ...Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ - Two Get Life Term

ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି:

ବିଜେଡି ନେତା ପ୍ରଦୀପ ମାଝୀ, କଂଗ୍ରେସ ନେତା ଭୁଜବଳ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଓ ସମାଜସେବୀ କାଦମ୍ବିନୀ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏନେଇ ନବରଙ୍ଗପୁର SDPO କୃଷ୍ଣଚନ୍ଦ୍ର ବତ୍ତ୍ରା କହିଛନ୍ତି,"ମୃତକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ତଦନ୍ତକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ କରଣ ଜଣାପଡ଼ିବ ।" ସେପଟେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.