ETV Bharat / state

ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ ମାମଲା, ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ - Army Major Assault Case

author img

By ETV Bharat Odisha Team

Published : 24 hours ago

Orissa High Court Grants Bail To Army Officers Fiancee: ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ବାନ୍ଧବୀଙ୍କୁ ଜାମିନ । ଅଧିକ ପଢ଼ନ୍ତୁ

Orissa High Court Grants Bail To Army Officers Fiancee
Orissa High Court Grants Bail To Army Officers Fiancee (ETV Bharat Odisha)

କଟକ: ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା । ପରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା କରାଯାଇଥିବା ବେଳେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । ସେହିପରି ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଧ କରିବା ପ୍ରସଙ୍ଗରେ ଆସନ୍ତା ୨୬ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ମୋବାଇଲ ଜବତ ଘଟଣାରେ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇ ପାରିବେ ବୋଲି କୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ, ଆହତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଆର୍ମି ମେଜରଙ୍କ ବାନ୍ଧବୀ:
ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗୁରବଂଶ ସିଂଙ୍କ ବାନ୍ଧବୀ । ଏନେଇ ହାଇକୋର୍ଟରେ ୨ଟି ମାମଲା ଦାୟର କରିଥିଲେ । ଭରତପୁର ଥାନାରେ ଦାୟର ମାମଲାକୁ ରଦ୍ଧ କରିବା ଏବଂ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଆର୍ମି ମେଜରଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ କୋର୍ଟରେ ହାଜର ହେବାକୁ କୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ ।

ଆଇନଜୀବୀଙ୍କ ପ୍ରତିକ୍ରିୟା:

ଏନେଇ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, "ଆଜି ତାଙ୍କୁ ଜାମିନ ମିଳିଛି । ମାମଲା ରଦ୍ଦର ଶୁଣାଣି କୋର୍ଟ ୨୬ ତାରିଖକୁ ରଖିଛନ୍ତି । ବର୍ତ୍ତମାନ କ୍ରାଇମବାଞ୍ଚର ତଦନ୍ତ ଚାଲିଛି । ତଦନ୍ତ ସରିବା ପର୍ଯ୍ୟନ୍ତ ମାମଲାଟି ଚାଲିବ । ନିମ୍ନ ଅଦାଲତ ଯାହା ସର୍ତ୍ତ ରଖିବେ ସେହି ଅନୁସାରେ କୋର୍ଟ ଛାଡ଼ିବେ ବୋଲି କହିଛନ୍ତି । କେବଳ ଜାମିନ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆର୍ମି ମେଜର ନିର୍ଯାତନା ମାମଲା: ଭରତପୁର IIC ସମେତ 5 ପୋଲିସ ସସପେଣ୍ଡ, DGP ଅଫିସ ଆଗରେ ପ୍ରଦର୍ଶନ - 5 officers suspended

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି - Army Officer Assault case

୫ ପୋଲିସ ନିଲମ୍ବିତ :

ତେବେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର‌, ସବ-ଇନସ୍ପେକ୍ଟର ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଓ୍ବାସି ସାଗରିକା ରଥ, କନଷ୍ଟେବଳ ବଳରାମ ରଥଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ରୁଲ ନମ୍ବର-୮୪୦ ଓ ପିଏମଆର-୧୯୪୦ ଅନୁସାରେ, ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ପ୍ରକଶ ପାଇଛି । ସେପଟେ ଏହି ମାମଲର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, କଟକ

କଟକ: ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା । ପରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା କରାଯାଇଥିବା ବେଳେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଛି । ନିମ୍ନ ଅଦାଲତ ଜାମିନର ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । ସେହିପରି ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଧ କରିବା ପ୍ରସଙ୍ଗରେ ଆସନ୍ତା ୨୬ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ମୋବାଇଲ ଜବତ ଘଟଣାରେ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇ ପାରିବେ ବୋଲି କୋର୍ଟ କହିଛନ୍ତି । କେବଳ ସେତିକି ନୁହେଁ, ଆହତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Orissa High Court Grants Bail To Army Officers Fiancee (ETV Bharat Odisha)
ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଆର୍ମି ମେଜରଙ୍କ ବାନ୍ଧବୀ:ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗୁରବଂଶ ସିଂଙ୍କ ବାନ୍ଧବୀ । ଏନେଇ ହାଇକୋର୍ଟରେ ୨ଟି ମାମଲା ଦାୟର କରିଥିଲେ । ଭରତପୁର ଥାନାରେ ଦାୟର ମାମଲାକୁ ରଦ୍ଧ କରିବା ଏବଂ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଆର୍ମି ମେଜରଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ କୋର୍ଟରେ ହାଜର ହେବାକୁ କୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ ।

ଆଇନଜୀବୀଙ୍କ ପ୍ରତିକ୍ରିୟା:

ଏନେଇ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି, "ଆଜି ତାଙ୍କୁ ଜାମିନ ମିଳିଛି । ମାମଲା ରଦ୍ଦର ଶୁଣାଣି କୋର୍ଟ ୨୬ ତାରିଖକୁ ରଖିଛନ୍ତି । ବର୍ତ୍ତମାନ କ୍ରାଇମବାଞ୍ଚର ତଦନ୍ତ ଚାଲିଛି । ତଦନ୍ତ ସରିବା ପର୍ଯ୍ୟନ୍ତ ମାମଲାଟି ଚାଲିବ । ନିମ୍ନ ଅଦାଲତ ଯାହା ସର୍ତ୍ତ ରଖିବେ ସେହି ଅନୁସାରେ କୋର୍ଟ ଛାଡ଼ିବେ ବୋଲି କହିଛନ୍ତି । କେବଳ ଜାମିନ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଆର୍ମି ମେଜର ନିର୍ଯାତନା ମାମଲା: ଭରତପୁର IIC ସମେତ 5 ପୋଲିସ ସସପେଣ୍ଡ, DGP ଅଫିସ ଆଗରେ ପ୍ରଦର୍ଶନ - 5 officers suspended

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି - Army Officer Assault case

୫ ପୋଲିସ ନିଲମ୍ବିତ :

ତେବେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି । ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର‌, ସବ-ଇନସ୍ପେକ୍ଟର ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଓ୍ବାସି ସାଗରିକା ରଥ, କନଷ୍ଟେବଳ ବଳରାମ ରଥଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ରୁଲ ନମ୍ବର-୮୪୦ ଓ ପିଏମଆର-୧୯୪୦ ଅନୁସାରେ, ଏହି ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ପ୍ରକଶ ପାଇଛି । ସେପଟେ ଏହି ମାମଲର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.