ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ, ଏଭରେଷ୍ଟରେ ଉଡାଇଲେ ଜାତୀୟ ପତାକା ।ମହାପ୍ରଭୁ ଜଗନ୍ନାଥଙ୍କ ବାନା ଏବଂ ଓଡ଼ିଆ ପାଇକ ଲେଖାଥିବା ଏକ ବାନା ଉଡାଇଛନ୍ତି ସିଦ୍ଧାର୍ଥ । ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ପେଶାରେ ଜଣେ କର୍ପୋରେଟ କମ୍ପାନୀର ନିର୍ଦ୍ଦେଶକ ।
ସେ ଆମେରିକାର ଏକ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ସେପଟେ ପୁଅ ଏଭେରେଷ୍ଟରେ ପତାକା ଉଡାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ବାପ ସୁର ରାଉତରାୟ । ମିଠା ଖୁଆଇ ପୁଅ ପାଇଁ ଗର୍ବିତ ଥିବା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ