ଭୁବନେଶ୍ବର: ଚଳିତ ବର୍ଷ 2020-21 ଖରିଫ ଋତୁରେ 9.3.2021 ସୁଦ୍ଧା ରାଜ୍ୟ ସରକାର ମୋଟ 11 ଲକ୍ଷ 12 ହଜାର 932 ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଟୋକନ ଜରିଆରେ 59 ଲକ୍ଷ 95 ହଜାର 561 ମେଟ୍ରିକ ଟନ ଧାନ କିଣିଛନ୍ତି । ସର୍ବାଧିକ ବରଗଡ ଜିଲ୍ଲାରୁ 7 ଲକ୍ଷ 22 ହଜାର 516 ମେଟ୍ରିକ ଟନ ସଂଗ୍ରହ ହୋଇଥିବା ବେଳେ କଳାହାଣ୍ଡିରୁ 5 ଲକ୍ଷ 3 ହଜାର 71 ମେଟ୍ରିକ ଟନ, ସୁନ୍ଦରଗଡରୁ 2 ଲକ୍ଷ 19 ହଜାର 873, ସମ୍ବଲପୁରରୁ 3 ଲକ୍ଷ 41 ହଜାର 265, ସୁବର୍ଣ୍ଣପୁରରୁ 3 ଲକ୍ଷ 42 ହଜାର 484, କୋରାପୁଟରୁ 2 ଲକ୍ଷ 80 ହଜାର 756 ଧାନ ସଂଗ୍ରହ ହୋଇଛି ।
ଆଜି (ବୁଧବାର) କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଅଣତାରକା ପ୍ରଶ୍ନ କରି ଜାଣିବାକୁ ଚାହିଁଥିଲେ ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କେତେ ଧାନ ସଂଗ୍ରହ ହୋଇଛି । ଜିଲ୍ଲାୱାରୀ କେତେ ହୋଇଛି କେଉଁ କେଉଁ କିସମର ଧାନ ସଂଗ୍ରହ ହୋଇଛି ତାହା ଜାଣିବାକୁ ଚାହିଁଥିଲେ । ଉତ୍ତରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ