ETV Bharat / city

ଜଙ୍ଗଲ ମନ୍ତ୍ରୀ ପିଏସଙ୍କ ଅଚାନକ ବଦଳି; ବିଭାଗର ଦୁର୍ନୀତି ନା ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ?

author img

By

Published : Aug 7, 2021, 9:02 PM IST

ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ପିଏସଙ୍କ ଅଚାନକ ବଦଳି ପରେ ଜୋର ଧରିଛି ଚର୍ଚ୍ଚା । ଏହି ବଦଳି ପଛରେ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଲିଙ୍କ୍ ରହିଥିବା ମଧ୍ୟ କୁହାଯାଉଛି । ଏପରିକି ବିଭିନ୍ନ ଦୁର୍ନୀତି ଯୋଗୁଁ ବର୍ତ୍ତମାନ ଜଙ୍ଗଲ ମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ ବୁକରେ ନାହାନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ତାଙ୍କ ମନ୍ତ୍ରୀ ପଦ ଉପରେ ବିପଦ ଘନେଇଛି । ଅଧିକ ପଢନ୍ତୁ...

ଜଙ୍ଗଲ ମନ୍ତ୍ରୀ ପିଏସଙ୍କ ଅଚାନକ ବଦଳି; ବିଭାଗର ଦୁର୍ନୀତି ନା ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ?
ଜଙ୍ଗଲ ମନ୍ତ୍ରୀ ପିଏସଙ୍କ ଅଚାନକ ବଦଳି; ବିଭାଗର ଦୁର୍ନୀତି ନା ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ?

ଭୁବନେଶ୍ବର: ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ(ପିଏସ) ଦୀପ୍ତି ରଞ୍ଜନ ବେହେରାଙ୍କ ଅଚାନକ ବଦଳି ହୋଇଛି । ପାଖା ପାଖି ନୁହେଁ, ସିଧା ଦୁର୍ଗମ କୋରାପୁଟକୁ ବଦଳି କରାଯାଇଛି । ଛୁଟିଦିନରେ ବଦଳି ନିର୍ଦ୍ଦେଶନାମା ବାହାରିଲା । ତରବରିଆ ଭାବେ ଘଣ୍ଟାକ ଭିତରେ ଦାୟିତ୍ୱ ହସ୍ତାନ୍ତର ସହ 24 ଘଣ୍ଟାରେ କୋରାପୁଟରେ ଯୋଗ ଦେବାକୁ କୁହାଗଲା । ଲୋକସେବା ଭବନରେ ଯୁଦ୍ଧକାଳୀନ ଭିତ୍ତିରେ ଏ ସବୁ ଚାଲିଥିବାବେଳେ ମନ୍ତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ସବୁ ସରିବା ପରେ କେବଳ ଚିଠିରେ ଜଣାଇ ଦିଆଗଲା ଯେ ପିଏସ ହଟିଲେ । ଏମିତି କି ମନ୍ତ୍ରୀଙ୍କୁ ଏ ବାବଦରେ ପଦୁଟିଏ ପଚରା ଗଲାନି କି କାରଣ ବି ଜଣାଗଲାନି । ତେବେ ଏହି ବଦଳି ପଛରେ ବିଭାଗୀୟ ଦୁର୍ନୀତି ନା ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଲିଙ୍କ୍ ରହିଛି ସେନେଇ ପ୍ରଶ୍ନ ଉଠିଛି ।

ଦୁର୍ନୀତି ନେଇ ଏବେ ଜଙ୍ଗଲ ବିଭାଗର ଅନେକ କର୍ମଚାରୀ ଭିଜିଲାନ୍ସ ଟାର୍ଗେଟରେ ଅଛନ୍ତି । ଏହାରି ଭିତରେ ଗତ 4 ତାରିଖ ବୁଧବାର ଦିନ ହଠାତ ବଦଳିଲେ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପିଏସ । ଦୀର୍ଘ ବର୍ଷ ହେଲା ବିକ୍ରମଙ୍କ ପିଏସ ଦାୟିତ୍ୱରେ ଥିଲେ ଦୀପ୍ତି ରଞ୍ଜନ ବେହେରା । ବିଭାଗୀୟ ଅଦଳବଦଳ ହେଉ କିମ୍ବା ଡିଏଫଓ ଓ ଅନ୍ୟ ଅଧିକାରୀ, ସବୁଥରେ ଦୀପ୍ତିଙ୍କର ରହୁଥିଲା ଭୂମିକା । ତେଣୁ ହଠାତ୍ ଦୀପ୍ତିଙ୍କ ବଦଳି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଦୀର୍ଘ ଦିନ ହେଲା ଜଙ୍ଗଲ ମନ୍ତ୍ରୀଙ୍କ ପିଏସ ଥିବା ଦୀପ୍ତିଙ୍କର କୌଣସି କେଳେଙ୍କାରୀରେ ସମ୍ପୃକ୍ତ ନାହିଁ ତ ? କେଉଁ ପରିସ୍ଥିତିରେ ତାଙ୍କ ପିଏସଙ୍କ ବଦଳି କରାଗଲା, ତାଙ୍କ ବିରୋଧରେ କି ଅଭିଯୋଗ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ଅନେକ ତାଙ୍କୁ ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲା ସହିତ ଯୋଡୁଥିବା ବେଳେ କିଏ ବଡ କେଳେଙ୍କାରୀରେ ତାଙ୍କ ନାଁ ଯୋଡୁଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ତାଙ୍କ ଉପରେ ଭିଜିଲାନ୍ସ ଢେର୍ ଦିନ ହେଲା ନଜର ରଖୁଥିଲା ଏବଂ ବିଭାଗରେ ଏକାଧିକ ବଡ କେଳେଙ୍କାରୀରେ ସେ ଜଡ଼ିତ ଥିବା ସୂଚନା ମିଳିଛି ।

ଅନ୍ୟପଟେ କୁହାଯାଉଛି, ମୁଖ୍ୟମନ୍ତ୍ରୀଙ୍କ ଗୁଡ଼ ବୁକରେ ଆଉ ନାହାଁନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଜିଲ୍ଲାରେ ମାର୍କେଟ କମ୍ପ୍ଲେକ୍ସ ନିଜ ନାଁରେ କରି ଯୋଗଣ ମନ୍ତ୍ରୀଙ୍କ ସହ ବିକ୍ରମ ଉଦଘାଟନ କରିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ଏହାକୁ ବିରୋଧ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିକ୍ରମ ଉପରେ ଅଧିକ ଖପ୍ପା ହୋଇଥିବା କୁହାଯାଉଛି । ଏହାସହ ଜଙ୍ଗଲ ବିଭାଗରେ ହୋଇଥିବା ବିଭିନ୍ନ ଦୁର୍ନୀତିରେ ବିକ୍ରମଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା କଥା ସମ୍ନାକୁ ଆସିଛି । ଆଉ ଏବେ ପିଏସଙ୍କର ପଦବୀ ଯିବା ପରେ ମନ୍ତ୍ରୀଙ୍କ ଉପରକୁ ବିପଦ ଘନେଇଥିବା ଚର୍ଚ୍ଚା ହେଉଛି ।

ଅତୀତରେ ଅନେକ ଉଦାହରଣ ରହିଛି, ଯେତେବେଳେ କୌଣସି ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି, ନବୀନଙ୍କ କୋପ ଦୃଷ୍ଟି ତାଙ୍କ ଉପରେ ପଡିଛି । ଯେତେ କ୍ଷମତାଶାଳୀ ବ୍ୟକ୍ତି ହେଲେ ବି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କର ଧାରଣା ଆଦୌ ଠିକ୍ ନାହିଁ । ତେଣୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆଗକୁ ବଡ କାର୍ଯ୍ୟାନୁଷ୍ଠାନ ଯେ ନ ନେବେ ତାହାକୁ ଏଡାଇ ଦେଇ ହେବନାହିଁ । ଏପରିକି ତାଙ୍କ ମନ୍ତ୍ରୀ ପଦ ଯାଇପାରେ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପରି ବହିଷ୍କାର କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଗଞ୍ଜାମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୂର୍ବରୁ ଲୋକପ୍ରିୟତା ନଥିଲା ଏବଂ ବିଭିନ୍ନ କେଳେଙ୍କାରୀରେ ତାଙ୍କ ନାଁ ଯୋଡ଼ିହେବା ଶୁଣିବାକୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ଅନେକ ଦିନରୁ ଏଥିପ୍ରତି ନଜର ରଖୁଥିଲେ । ଅଭିଜ୍ଞ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କୁ ସାଙ୍ଗଠନିକ ଦାୟିତ୍ବ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ବାଚସ୍ପତିରୁ ସୂର୍ଯ୍ୟଙ୍କୁ ମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଚାଲିଛି । ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପ୍ରଭାବ ଆସନ୍ତା ନିର୍ବାଚନରେ ପଡିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିକୁ ଶୀତଳ ଭଣ୍ଡାରରେ ରଖାଯାଇଛି ।

ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ଯେଉଁଥିପାଇଁ ଏ ମାମଲାରେ ବିଭାଗୀୟ ମନ୍ତ୍ରୀଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.