ETV Bharat / city

ଜିଲ୍ଲାପାଳଙ୍କ ବଦଳି ଦାବି କଲା ରାଜ୍ୟ କଂଗ୍ରେସ - ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅନ୍ୟତ୍ର ବଦଳି ଦାବି

ଆଗକୁ ଆସୁଛି ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନ । ସେପଟେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅନ୍ୟତ୍ର ବଦଳି ଦାବି କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ବଦଳି ଦାବି କଲା ରାଜ୍ୟ କଂଗ୍ରେସ

author img

By

Published : Oct 1, 2020, 4:20 PM IST

ଭୁବନେଶ୍ବର: ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଆସୁଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅନ୍ୟତ୍ର ବଦଳି ଦାବି କଲା ରାଜ୍ୟ କଂଗ୍ରେସ । ଗୁରୁବାର ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳଙ୍କ ବଦଳି ଦାବି କଲା ରାଜ୍ୟ କଂଗ୍ରେସ

କଂଗ୍ରେସର ଅଭିଯୋଗ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜନ୍ମସ୍ଥାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଶଙ୍ଖେଶ୍ୱର ପଞ୍ଚାୟତରେ ଏବଂ ତାଙ୍କ ବାପା ଶରତ ଚନ୍ଦ୍ର ମହାପାତ୍ର ଜନତା ଦଳର ଜଣେ ସ୍ଥାନୀୟ ନେତା ଥିଲେ । ଏଣୁ ଆଗକୁ ତିର୍ତ୍ତୋଲ ଉପନିର୍ବାଚନରେ ମୁକ୍ତ ଓ ଅବାଦ୍ଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି ।

ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କର ମଧ୍ୟ ଅଭିଯୋଗ ରହିଛି ଯେ ଭୋଟରମାନଙ୍କୁ ନିର୍ବାଚନ ପୂର୍ବରୁ ପ୍ରଶାସନ ପ୍ରଲୋଭିତ କରୁଛି ଏବଂ ଶାସକ ଦଳକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛି । ତେଣୁ ନିର୍ବାଚନ ପୂର୍ବରୁ ତାଙ୍କୁ ବଦଳି କରାଯାଉ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.