ETV Bharat / city

Precaution Dose: ବାଚସ୍ପତି ନେଲେ ଟିକା

author img

By

Published : Jan 10, 2022, 1:07 PM IST

ଆଜି(ସୋମବାର)ଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । କୋଭିଡ଼ ଯୋଦ୍ଧାଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଏହି ଟିକା ଦିଆଯାଇଛି । ଅଧିକ ପଢନ୍ତୁ

Precaution Dose: ବାଚସ୍ପତି ନେଲେ ଟିକା
Precaution Dose: ବାଚସ୍ପତି ନେଲେ ଟିକା

ଭୁବନେଶ୍ବର: ଆଜି(ସୋମବାର)ଠୁ ରାଜ୍ୟରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ(Booster Dose Vaccination Starts in Odisha) । ପ୍ରାଥମିକତା ଭିତ୍ତିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଟିକା ନେଇଥିବା ଜଣାପଡ଼ିଛି । ତାଙ୍କୁ ବିଧାନସଭା ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଡୋଜ ଦିଆଯାଇଥିବା ସୂଚନା ମିଳିଛି ।

ସାରା ରାଜ୍ୟରେ ବୁଷ୍ଟର ଡୋଜକୁ ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ନର୍ସ ମାନଙ୍କୁ ଦିଆଯାଉଛି । ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ବଢି ଚାଲିଥିବା ବେଳେ ଏହି ବୁଷ୍ଟର ଡୋଜ ପାଇଁ ସରକାର ଘୋଷଣା କରିଥିଲେ । ଆଜିଠୁ ରାଜ୍ୟରେ ମୋଟ 17 ଲକ୍ଷ 52 ହଜାର 838 ଲୋକ ପ୍ରିକସନ ଟିକା(Precaution Dose) ନେବାକୁ ଥିବା ବେଳେ ପ୍ରାଥମିକତା ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଊର୍ଦ୍ଧ୍ବଙ୍କୁ ଏହି ଟିକା ଦିଆଯିବ ।

ଏହା ବି ପଢନ୍ତୁ: ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକାକରଣ, 17 ଲକ୍ଷରୁ ଉର୍ଦ୍ଧ୍ବ ନେବେ ଟିକା

ତେବେ ଦ୍ବିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ 9 ମାସ ବା 39 ସପ୍ତାହ ବ୍ୟବଧାନ ରହିବା ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ବିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ । ଏହାସହିତ ପ୍ରିକସନ ଡୋଜ ନେବା ପାଇଁ ନୂଆଁ ପଞ୍ଜିକରଣ କରିବାର କୌଣସି ଆବଶ୍ୟକତା ନାହିଁ । କେବଳ କୋ-ୱିନରେ ସ୍ଲଟ ବୁକିଂ କରିବେ । ଏହି ସ୍ଲଟ ବୁକିଂ ପାଇଁ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟିକା ନେଇଥିଲେ ସେମାନେ ସେହି ଟିକା ନେବେ । ସବୁ ସେସନ ସାଇଟରେ 20 ପ୍ରତିଶତ କାପାସିଟି ବୃଦ୍ଧି କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣଗ୍ରାହୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.