ETV Bharat / city

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ; ଦୁଇ ଦିନରେ ନେଲେଣି 33, 315 ଜଣ

author img

By

Published : Mar 3, 2021, 11:56 AM IST

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଏଥିରେ ଦୁଇ ଦିନରେ 33, 315 ଜଣ ଟିକା ନେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ
ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କ ପରେ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯାଉଛି । ମାର୍ଚ୍ଚ 1 ତାରିଖରୁ ଏହି ଟୀକାକରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକଙ୍କ ସହିତ 45 ବର୍ଷରୁ ଅଧିକ ଗୁରୁତର ରୋଗୀଙ୍କ ଏହି ଟିକା ଦିଆଯାଉଛି । ତେବେ ରାଜ୍ୟରେ ଦୁଇ ଦିନରେ 33, 315 ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି ।

କେବଳ ଗତକାଲି 21,726 ଜଣଙ୍କୁ ଟିକା ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେହିପରି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ । ଟିକା ନେବା ପରେ କେତେ ଆଣ୍ଟିବଡି ରହୁଛି ସେନେଇ 3ଟି ସ୍ଥାନରେ ଷ୍ଟଡି କରାଯାଉଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ବୁର୍ଲା, କ୍ୟାପିଟାଲ ହସ୍ପିଟାଲ ଓ ଆରଏମଆରସିରେ ଏହି ଷ୍ଟଡି କରାଯାଉଥିବା ସେ କହିଛନ୍ତି । ଏଥିରୁ ଟିକା ନେବା ପରେ କେତେ ଆଣ୍ଟିବଡି ହୋଇଛି ତାହା ଜଣାପଡିବ । ଅନ୍ୟପଟେ ରାଜ୍ୟରେ 7 ଲକ୍ଷ କୋରୋନା ଟିକା ଡୋଜ ଥିବାବେଳେ ଘରୋଇ ହସ୍ପିଟାଲରେ ଏବେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.