ଭୁବନେଶ୍ବର: ରାତି ପାହିଲେ ସାରା ଦେଶ ପାଳିବ ଆଲୋକର ପର୍ବ । ତେବେ ଦୀପାବଳିରେ ଚାଇନା ବାଣ ନଫୁଟାଇବାକୁ ବିଭିନ୍ନ ମହଲରୁ ଆହ୍ବାନ ଦିଆଯାଇଛି । ଏପଟେ ଚାଇନା ବାଣ ଫୁଟାଇ ପାରିବେ ଲୋକେ । ଯାହା ମେଡ଼ ଇନ ଇଣ୍ଡିଆ ଦ୍ବାରା ପରିଚାଳିତ ହେଉଛି । ଚାଇନା ବାଣ ଭଳି ଦେଖାଯାଉଥିବା ଏହି ବାଣ କିନ୍ତୁ ଭାରତରେ ହିଁ ପ୍ରସ୍ତୁତି ହୋଇଥିବା କହିଛନ୍ତି ବେପାରୀ ।
ଚାଇନା ବାଣ ସଦୃଶ୍ୟ ବାଣ ଉପରେ ମେଡ଼ ଇନ ଇଣ୍ଡିଆ ଲେଖାହୋଇଛି । ଯାହା ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି । ଚଳିତବର୍ଷ ଦୀପାବଳିରେ ଦେଖିବାକୁ ମିଳୁଛି ଯେ, ବାଣର କଭର ଉପରେ ମେଡ଼ ଇନ ଚାଇନା ବଦଳରେ ମେଡ଼ ଇନ ଇଣ୍ଡିଆ ଲେଖା ହୋଇଛି ।
ତେବେ ଚାଇନ ବାଣ ଫୁଟିବା ବେଳେ ଅଧିକ ଶବ୍ଦ କରିବା ସହ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରୁଥିଏ । ମାତ୍ର ଏବେ ସମାନ ଧରଣର ବାଣ ବଜାରରେ ଉପଲବ୍ଧ ହେବା ପରେ ଚାଇନା ବାଣ କି ଭାରତ ତିଆରି ବାଣ ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।
ଯେହେତୁ ଚାଇନା ବାଣ ପାଇଁ ଲୋକପ୍ରିୟତା ବଢିଥିଲା ସେଥିପାଇଁ ସେହି ଲୋକପ୍ରିୟତା ବଜାଇ ରଖିବା ପାଇଁ ମେଡ଼ ଇନ ଇଣ୍ଡିଆ ଲେଖାଯାଇ ଥାଇପାରେ ବୋଲି କହିଛନ୍ତି ସାଧାରଣ ଲୋକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ