ସ୍ଥାନୀୟ ଲୋକଙ୍କ ଅସହଯୋଗରୁ ବିଫଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ - ସ୍ଥାନୀୟ ଲୋକଙ୍କ ଅସହଯୋଗରୁ ବିଫଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ କର୍ତ୍ତୃପକ୍ଷ ସାତକୋଶିଆରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ କରିଛନ୍ତି । ତେବେ ଏଥିପାଇଁ ସରକାରୀ ସ୍ତରରେ ଆବଶ୍ୟକୀୟ ପୂର୍ବପ୍ରସ୍ତୁତିର ଅଭାବ ଓ ସ୍ଥାନୀୟ ଜନସାଧାରଣଙ୍କ ଅସହଯୋଗ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବର: ସାତକୋଶିଆରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି । ଏହି ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବାତିଲ କରିଛନ୍ତି । ତେବେ ଏଥିପାଇଁ ସରକାରୀ ସ୍ତରରେ ଆବଶ୍ୟକୀୟ ପୂର୍ବପ୍ରସ୍ତୁତିର ଅଭାବ ଓ ସ୍ଥାନୀୟ ଜନସାଧାରଣଙ୍କ ଅସହଯୋଗ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
ଦେଶରେ ବ୍ୟାଘ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଏଥିପାଇଁ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ପ୍ରଥମକରି ଏହାକୁ ରାଜ୍ୟର ସାତକୋଶିଆରେ ଆରମ୍ଭ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମହାବୀର ଓ ପରେ ସୁନ୍ଦରୀକୁ ଏଠାକୁ ଅଣାଯାଇଥିଲା । କିନ୍ତୁ ସୁନ୍ଦରୀ ଆସିବା ପରେ ତାର ମହାବୀର ସହିତ ସମ୍ପର୍କ ଯୋଡି ହେବା ବଦଳରେ ବିଗିଡି ଥିଲା । ଯାହାଫଳରେ ସୁନ୍ଦରୀ ଦ୍ବାରା ମହାବୀର ମରିଥିବା ଘଟଣା ସାମ୍ନାକୁ ଆସିଥିଲା । ପରେ ସୁନ୍ଦରୀ ସାଧାରଣ ଲୋକମାନଙ୍କୁ ଆକ୍ରମଣ କରିବାର ଖବର ଆସିବାରୁ ତାକୁ ସେବେଠାରୁ ଇନକ୍ଲୋଜର ମଧ୍ୟରେ ବନ୍ଦୀ ହୋଇ ରହିବା ଫଳରେ ସେ ତାର ପ୍ରାକୃତିକ ହିଂସ୍ରତା ହରାଉଥିବା ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ କହିଛନ୍ତି । ତେଣୁ ତାକୁ ନିଆଯାଇ ତାର ଜଙ୍ଗଲୀ ସ୍ବଭାବକୁ ଫେରାଇ ପ୍ରାକୃତିକ ବାସସ୍ଥଳୀରେ ଛଡା ଯିବ ବୋଲି ଜଣାପଡିଛି ।
ତେବେ ଆଗାମୀ ଦିନରେ ଓଡ଼ିଶାରେ ଏଭଳି ପ୍ରକଳ୍ପ କରିବାର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ସହ ଜନସାଧାରଣଙ୍କ ସହଯୋଗ ମିଳିବା ଦିଗରେ ପ୍ରଶାସନ ନଜର ଦେବା ଉଚିତ ବୋଲି ବିଶିଷ୍ଟ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Body:ଦେଶରେ ଖାସ କରି ଓଡିଶାରୁ ବ୍ୟାଘ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଏଭଳି ଏକ ପ୍ରକଳ୍ପ ଜରିଆରେ ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥିଲା।ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମେ ମହାବିର୍ବୋ ପରେ ସୁନ୍ଦରୀ କୁ ଏଠାକୁ ଅଣାଯାଇଥିଲା।କିନ୍ତୁ ସୁନ୍ଦରୀ ଆସିବା ପରେ ତାର ମହାବୀର ସହିତ ସମ୍ପର୍କ ଯୋଡି ହେବା ବଦଳରେ ବିଗିଡି ଥିଲା।ଯାହାଫଳରେ ସୁନ୍ଦରୀ ଦ୍ୱାରା ମାହାବୀର ମାରିଥିବା ଘଟଣା ସାମ୍ନାକୁ ଆସିଥିଲା।ପରେ ସୁନ୍ଦରୀ ସାଧାରଣ ଲୋକମାନଙ୍କୁ ଆକ୍ରମଣ କରିବାର ଖବର ଆସିବାରୁ ତାକୁ ସେବେ ଠାରୁ ଇଂକ୍ଲୋଜର ମଧ୍ୟରେ ବନ୍ଦୀ ହୋଇ ରହିବା ଫଳରେ ସେ ତାହାର ପ୍ରାକୃତିକ ହିଂସ୍ରତା ହରାଉଥିବା ପ୍ରାଧିକରଣ କହିଛନ୍ତି।ତେଣୁ ତାକୁ ଫେରାଇ ନିଆଯାଇ ତାର ଜଙ୍ଗଲୀ ସ୍ୱାଭାଵ ଫେରାଇ ଆଣି ତାକୁ ପ୍ରାକୃତିକ ବାସସ୍ଥଳୀ ରେ ଛଡା ଯିବ ବୋଲି ଜଣାପଡିଛି।ତେବେ ଓଡ଼ିଶାରେ ଏଭଳି ପ୍ରକଳ୍ପ ଆଗାମୀ ଦିନରେ କରିବାର ନିହାତି ଆବଶ୍ୟକ ଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ଓ ଜନସାଧାରଣଙ୍କ ସହଯୋଗ ମିଳିବା ଦିଗରେ ପ୍ରସାଶନ ନଜର ଦେବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ପରିବେଶବିତ ଶ୍ରୀଯୁକ୍ତ ଜୟକୃଷ୍ଣ ପାଣିଗ୍ରାହୀ।
ବାଇଟ-ଜୟକୃଷ୍ଣ ପାଣିଗ୍ରାହୀ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।
Conclusion:
TAGGED:
Satkosia Tiger Reserve