ETV Bharat / city

ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, 12 ବର୍ଷରେ 947 ହାତୀଙ୍କ ମୃତ୍ୟୁ - question raised in odisha on elephant death as 947

କାହିଁକି ଓଡିଶାର ବଢୁଛି ଗଜରାଜଙ୍କ ମୃତ୍ୟୁ । ଏକାଧିକ ଅଭୟାରଣ୍ୟ ସହ ଜଙ୍ଗଲ ସମ୍ପଦ ଥିଲେ ସୁଦ୍ଧା ଗଜରାଜଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ଉଦବେଗ । ସାରା ରାଜ୍ୟରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ । କେଉଁଠି ହେଉଛି ଅସୁବିଧା ? ଶିକାରୀଙ୍କ ଶିକାର, ଆବଶ୍ୟକ ଜଙ୍ଗଲ ସମ୍ପଦ ଅଭାବ, କୃତ୍ରିମ ବିପର୍ଯ୍ୟୟ ନା ଖାଦ୍ୟ ଅଭାବ । କିଏ ଦାୟୀ ହାତୀ ମୃତ୍ୟୁ ପାଇଁ ? କାରଣ ଓଡିଶା ଭଳି ଜଙ୍ଗଲ ସମ୍ପଦ ଭରପୂର ଥିବା ରାଜ୍ୟରେ ଗତ 12 ବର୍ଷରେ 947 ହାତୀଙ୍କ ହେଲାଣି ମୃତ୍ୟୁ । ଅଧିକ ପଢନ୍ତୁ

ହାତୀ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, 12 ବର୍ଷରେ 947 ହାତୀଙ୍କ ମୃତ୍ୟୁ

author img

By

Published : Jun 13, 2022, 9:17 PM IST

ଭୁବନେଶ୍ବର: କାହିଁକି ଓଡିଶାର ବଢୁଛି ଗଜରାଜଙ୍କ ମୃତ୍ୟୁ । ଏକାଧିକ ଅଭୟାରଣ୍ୟ ସହ ଜଙ୍ଗଲ ସମ୍ପଦ ଥିଲେ ସୁଦ୍ଧା ଗଜରାଜଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ଉଦବେଗ । ସାରା ରାଜ୍ୟରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ । କେଉଁଠି ହେଉଛି ଅସୁବିଧା ? ଶିକାରୀଙ୍କ ଶିକାର, ଆବଶ୍ୟକ ଜଙ୍ଗଲ ସମ୍ପଦ ଅଭାବ, କୃତ୍ରିମ ବିପର୍ଯ୍ୟୟ ନା ଖାଦ୍ୟ ଅଭାବ । କିଏ ଦାୟୀ ହାତୀ ମୃତ୍ୟୁ ପାଇଁ ? କାରଣ ଓଡିଶା ଭଳି ଜଙ୍ଗଲ ସମ୍ପଦ ଭରପୂର ଥିବା ରାଜ୍ୟରେ ଗତ 12 ବର୍ଷରେ 947 ହାତୀଙ୍କ ହେଲାଣି ମୃତ୍ୟୁ । ଯାହା ଖାଲି ଚିନ୍ତା ଜନକ ନୁହେଁ ବେଶ ଗମ୍ଭୀର । ଯଦି ଏହି ଧାରା ଜାରି ରୁହେ...ଆଗାମୀ କିଛି ବର୍ଷ ମଧ୍ୟରେ ହାତୀ ଶୁନ୍ୟ ହୋଇଯିବ ଓଡିଶା । ଏବେ ଏଭଳି ଆଶଙ୍କା ବଢିବାରେ ଲାଗିଛି ।

କାରଣ ଚଳିତ ବର୍ଷ (2022) ରେ କେବଳ ବିଭିନ୍ନ ଜଙ୍ଗଲରେ ବିଭିନ୍ନ କାରଣରୁ 17 ଟି ହାତୀଙ୍କ ମୃତ୍ୟୁ ହେଲେଣି । ଏହି ମୃତ୍ୟୁ ତାଳିକାରେ ବୌଦ୍ଧ ଜିଲ୍ଲାରୁ 2ଟି, କେନ୍ଦୁଝୁର ଜିଲ୍ଲାରୁ 2 ହାତୀ ଛୁଆ ସମେତ 3 ଟି ହାତୀ, ଚନ୍ଦକା ଅଭୟ୍ୟାରଣ୍ୟରେ ହାତୀ ନନ୍ଦ, କଳାହାଣ୍ଡି ଜିଲ୍ଲାରେ 6 ଟି ହାତୀ ଓ ନରସିଂପୁର ବନାଞ୍ଚଳରେ 5 ଟି ହାତୀର ମୃତ୍ୟୁ ହୋଇଛି । ଏଥିରୁ ବୌଦ୍ଧ, ନରସିଂପୁର ଓ ଶୀକାରୀଙ୍କ ଗୁଳିରେ ହାତୀଙ୍କ ମୃତ୍ୟୁହୋଇଛି । କେନ୍ଦୁଝରରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଗୋଟିଏ ବର୍ଷର କିଛି ମାସ ମଧ୍ୟରେ 17 ଟି ହାତୀଙ୍କ ମୃତ୍ୟୁ ସତ୍ତ୍ୱେ ଜଙ୍ଗଲ ବିଭାଗର ପଦକ୍ଷେପ ଶୂନ । ନା ହାତୀ ମୃତ୍ୟୁ କୁ ନେଇ ଚିନ୍ତିତ ନା ବ୍ୟଥିତ । ହାତୀ ମୃତ୍ୟୁ ରୋକିବାକୁ ନା ନିଯାଉଛି ଠୋସ ପଦକ୍ଷେପ । ନା ଶିକାରୀଙ୍କ ବିରୋଧରେ ହେଉଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ । କେବଳ ହାତୀ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ କିଛି ନିର୍ଦ୍ଦେଶନାମା ଜାରି କରି ବନ ବିଭାଗ ନିଜ ଦାୟିତ୍ବ ଶେଷ କରି ଦେଉଛି । ଏପରି ହେଲେ ହାତୀ ମୃତ୍ୟୁର ଅନ୍ତ ହେବତ ? ଶିକାରୀ ଦଣ୍ଡିତ ହେବେତ ? ହାତୀଙ୍କ ପାଇଁ ବଢୁଥିବା କୁତ୍ରିମ ବିପଦ କମିବ ତ ?

କାହିଁକି ନା ଗତ 12 ବର୍ଷ ମଧ୍ୟରେ ରାଜ୍ୟରେ 947 ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରୁ କେବଳ 426 ଟି ହାତୀଙ୍କର ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଥିବା ବେଳେ, 202 ଟି ହାତୀ ଭାରସାମ୍ୟ ହରାଇ ମୃତ୍ୟୁବରଣ କରିଛନ୍ତି । ଏହି ସମୟ ମଧ୍ୟରେ 133 ଟି ହାତୀକୁ ମାଟିରେ ପୋତାଯାଇଛି । 144 ଟି ହାତୀ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ବେଳେ 36 ଟି ଟ୍ରେନ ଦୁର୍ଘଟଣା ଜନିତ ଏବଂ 6 ଟି ହାତୀ ରାସ୍ତାରେ ଯାନବାହନ ଧକ୍କାରେ ମୃତ୍ୟୁବରଣ କରିଛନ୍ତି । ହାତୀ ମୃତ୍ୟୁକୁ ଲୁଚାଇବା କଷ୍ଟସାଧ୍ୟ, ତଥାପି ଓଡିଶାର ବନ ବିଭାଗ ହାତୀ ମୃତ୍ୟୁକୁ କିପରି ଲୁଚାଇ ରଖୁଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଉପରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ବନ ବିଭାଗ। 2012 ରେ ଓଡିଶା ସରକାରଙ୍କ ଦ୍ଵାରା ଏକ ସର୍କୁଲାର କରାଯାଇଥିଲା । ଯାହା ହାତୀମାନଙ୍କର ଅପ୍ରାକୃତିକ ମୃତ୍ୟୁ ପାଇଁ DFOଙ୍କୁ ଉତ୍ତରଦାୟୀ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ଏପର୍ଯ୍ୟନ୍ତ କାଗଜ କଲମରେ ରହିଛି ।

ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ପ୍ରାୟ ଦୀର୍ଘ ଦିନ ପରେ ହାତୀର ସନ୍ଧାନ ମିଳୁଛି । ହେଲେ ବନ କର୍ମଚାରୀଙ୍କର କାର୍ଯ୍ୟରେ ଅବହେଳା ପାଇଁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ ନେଇ ଯାଉଛନ୍ତି । ଯାହା ଫଳରେ ହାତୀ ମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଯେତେବେଳେ ହାତୀର ପୋଷ୍ଟ ମର୍ଟମ ହେଉଛି ସେହି ସମୟରେ ଅନେକ ବିଭ୍ରାନ୍ତୀକର ରିପୋର୍ଟ ଦିଆଯାଉଛି। ଯାହା ଅନେକ ସମୟରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ଓଡିଶା ବନ୍ୟାପାଣି ସମିତର ସମ୍ପାଦକ ବିଶ୍ଵଜିତ ମହାନ୍ତି।

ଅନ୍ୟପଟେ ୱେଲଫେୟାର ଆନିମଲ ଟ୍ରଷ୍ଟ ଏକାମ୍ର ସମ୍ପାଦକ ପୂର୍ବୀ ପାତ୍ର କହିଛନ୍ତି ଯେ, ହାତୀମାଙ୍କର ତଦନ୍ତ ଠିକ ଭାବରେ କରାଯାଉ। ହାତୀମାନଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ସଠିକ ଦିଅନ୍ତୁ। କାହାକୁ ଦେଉଛନ୍ତି କେତେ ଦିନ ପରେ ଦେଉଛନ୍ତି ତାହା ସମସ୍ତଙ୍କୁ ଜଣାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ହାତୀମାନେ ମରିଗଲା ପରେ ସେମାନଙ୍କୁ ମାଟିରେ ପୋତି ଦିଆଯାଉଛି । ସେମାନଙ୍କର କୌଣସି ତଦନ୍ତ କରାଯାଉ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.