ETV Bharat / city

୨ କେନ୍ଦ୍ରମନ୍ତ୍ରୀଙ୍କ ବକୁଳବନ ପରିଦର୍ଶନ, ପୁରୀ-କୋଣାର୍କ ରେଳପଥ ନେଇ ଏମିତି କହିଲେ ଅଶ୍ବିନୀ - ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଓଡ଼ିଶାରେ ପହଞ୍ଚିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ । ତେବେ ଏହି ଗସ୍ତ ସମୟରେ ପୁରୀ-କୋଣାର୍କ ରେଳପଥକୁ ତଦାରଖ ପରେ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ...

୨ କେନ୍ଦ୍ରମନ୍ତ୍ରୀଙ୍କ ବକୁଳବନ ପରିଦର୍ଶନ, ପୁରୀ-କୋଣାର୍କ ରେଳପଥ ନେଇ ଏମିତି କହିଲେ ଅଶ୍ବିନୀ

author img

By

Published : Aug 19, 2021, 3:30 PM IST

Updated : Aug 19, 2021, 4:10 PM IST

ପୁରୀ/ଭୁବନେଶ୍ବର: 3 ଦିନିଆ ଓଡ଼ିଶା ଗସ୍ତରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ । ଆଜି(ଗୁରୁବାର) ପୁରୀ ଗସ୍ତ କରିବା ସମୟରେ ପିପିଲି ଉତ୍ତରା ଛକଠାରୁ ସେମାନଙ୍କୁ ସ୍ବାଗତ କରାଯାଇଛି । ଏହି ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ପୁରୀ-କୋଣାର୍କ ରେଳପଥ ନେଇ କାମ ତ୍ବରାନ୍ବିତ କରିବେ ବୋଲି କହିଛନ୍ତି ।

୨ କେନ୍ଦ୍ରମନ୍ତ୍ରୀଙ୍କ ବକୁଳବନ ପରିଦର୍ଶନ, ପୁରୀ-କୋଣାର୍କ ରେଳପଥ ନେଇ ଏମିତି କହିଲେ ଅଶ୍ବିନୀ

ଗସ୍ତ ସମୟରେ ସେମାନେ ସତ୍ୟବାଦୀର ପଞ୍ଚସଖା ସମାଧି ପୀଠ ପରିଦର୍ଶନ ପରେ ବକୁଳବନ ପରିଦର୍ଶନ କରି ପଞ୍ଚସଖା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ୨ କେନ୍ଦ୍ରମନ୍ତ୍ରୀ ସତ୍ୟବାଦୀ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବିଶେଷ କରି ବକୁଳବନ ଶିକ୍ଷାର ଏନ୍ତୁଳିଶାଳରୁ ଆର୍ଶୀବାଦ ଭିକ୍ଷା ଲାଭ କରିବାକୁ ଆସିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

  • ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ବନ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା। ଏକ ଆଦର୍ଶ ମଣିଷ ଗଢିବା ଦିଗରେ ଏହି ବିଦ୍ୟାଳୟର ଭୂମିକା ଅନନ୍ୟ। ଏହି ବିଦ୍ୟାଳୟ ଭୂମିରେ ପାଦ ଦେବା ମୋ ପାଇଁ କୌଣସି ତୀର୍ଥ ଭଳି।
    ଏଠାରେ ଦଳୀୟ କର୍ମୀଙ୍କ ଶୁଭେଛା ପାଇଁ ଧନ୍ୟବାଦ।

    🙏#JanAshirwadJatra pic.twitter.com/wY9YH3hS0V

    — Ashwini Vaishnaw (@AshwiniVaishnaw) August 19, 2021 " class="align-text-top noRightClick twitterSection" data=" ">

ପିଲାମାନେ ମଧ୍ୟ ଅତି ନିକଟରେ ମନ୍ତ୍ରୀଙ୍କୁ ପାଇ ବେଶ ଉତ୍ସାହିତ ଥିବାବେଳେ ଶିକ୍ଷକ ମଧ୍ୟ ଖୁସି ଅନୁଭବ କରିଛନ୍ତି। ରେଳମନ୍ତ୍ରୀ ଅଶ୍ଵିନୀ ପୁରୀ ଜିଲ୍ଲାରେ ପୁରୀ କୋଣାର୍କ ରେଳପଥର କାର୍ଯ୍ୟ ତଦାରଖ ପରେ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ।

  • ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତିଚାରଣ କଲି । ଏହି ଅବସରରେ ବିଦ୍ୟାଳୟ ସହ ଜଡ଼ିତ ବିଭିନ୍ନ ବିଷୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା ହେଲା । pic.twitter.com/8wwdYCISn3

    — Dharmendra Pradhan (@dpradhanbjp) August 19, 2021 " class="align-text-top noRightClick twitterSection" data=" ">

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ୩ ଦିନିଆ ଗସ୍ତରେ ରାଜ୍ୟର 419 କିଲୋମିଟର ଗସ୍ତ କରିବା ସହ 115ଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟରେ ଆୟୋଜିତ ହେବ ଜନ 'ଆଶୀର୍ବାଦ ଯାତ୍ରା' । ୬ଟି ଲୋକସଭା କ୍ଷେତ୍ର ଓ ୭ଟି ଜିଲ୍ଳାରେ ଉଭୟ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ କରିବେ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଟିମ ଗଠନ କରିଛି ରାଜ୍ୟ ବିଜେପି । ଦେଶବ୍ୟାପୀ ବିଜେପି ପକ୍ଷରୁ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା ଯୋଗୁଁ ରାଜ୍ୟ ଗସ୍ତରେ ଏହି ୨ ମନ୍ତ୍ରୀ ଆସିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 19, 2021, 4:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.